କନକ ବ୍ୟୁରୋ: ଶ୍ରୀ କ୍ଷେତ୍ରରେ ଚାଲିଥିବା ପରିକ୍ରମା ପ୍ରକଳ୍ପର ଅଗ୍ରଗତିକୁ ନେଇ ସମୀକ୍ଷା କରାଯାଇଛି । ଜିଲ୍ଲାର ବରିଷ୍ଠ ଅଧିକାରଙ୍କ ଗହଣରେ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏଥିସହ ଡିସେମ୍ବର ଶେଷ ସୁଦ୍ଧା ପ୍ର୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି । ଏହାପୂର୍ବରୁ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ।
ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ କେମିତି ଚାଲିଛି, କେତେ ଅଗ୍ରଗତି କରିିଛି, କେତେ କାମ ବାକି ଅଛି, ଏ ନେଇ ସମୀକ୍ଷା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍, ପୂର୍ତ ସଚିବ, ପୁରୀ ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀ ଏହି ପ୍ରକଳ୍ପର ତଦାରଖ କରିଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ପ୍ର୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀ ସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ ସେଂଟର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯିବା ସହ ପ୍ରକଳ୍ପକୁ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ଯାତ୍ରୀ ଓ ସେବାୟତଙ୍କ ପାଇଁ ଦୁଇ ଚିକଆ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ
ରାସ୍ତା ଉପରୁ ଅବରୋଧ ହଟାଯିବ
ଐତିହ୍ୟକୁ ଦୃଷ୍ଟିରେ ରଖି ‘ମଠ’ଗୁଡିକର ବିକାଶ କରାଯିବ
ଅଧିକ ଲୋକ ନିଯୁକ୍ତ କରି ରାତିରେ କାର୍ଯ୍ୟ କରିବାକୁ ‘ଟାଟା ପ୍ରୋଜେକ୍ଟ’କୁ କୁହାଯାଇଛି
ବିଦ୍ୟୁତିକରଣ କାର୍ଯ୍ୟ ଯଥାଶ୍ରୀଘ୍ର ସାରିବାକୁ ନିର୍ଦ୍ଦେଶ
ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଲଭ ପାର୍କିଂ ସେଂଟର କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ
ଆସନ୍ତା ନୂଆ ବର୍ଷରେ ପୁରୀକୁ ଆସୁଥିବା ହଜାର ହଜାର ଭକ୍ତ ଯେପରି ଭଲ ଅନୁଭୂତି ନେଇ ଫେରିବେ, ଏଥିପ୍ରତି ଗୁରୁତ୍ୱ ଦେଇଛନ୍ତି ସରକାର । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଜାନୁଆରୀ ମାସରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି । ଏହାପୂର୍ବରୁ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2023/10/4_00000.jpg)