କନକବ୍ୟୁରୋ: କୁନି ଝିଅ ମୁହଁରେ ମା’ର ହତ୍ୟା କାହାଣୀ। ମା’ର ହତ୍ୟାକୁ ନେଇ କୁନି ଝିଅର ବୟାନ ଏବେ ଚର୍ଚ୍ଚାରେ। ଖଣ୍ଡଗିରି ଘାଟିକିଆ ଅଂଚଳରେ ପତ୍ନୀଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ବାମୀ ସଞ୍ଜିତ ଦାଶଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏହା ପରେ କୋର୍ଟରେ ଝିଅର ବୟାନ ଚର୍ଚ୍ଚାର ବିଷୟ ହୋଇଛି।
ଝିଅର ବୟାନ ଅନୁସାରେ ତାଙ୍କ ମା’ ନର୍ସ ଭାବେ ଘରୋଇ ହସ୍ପପିଟାଲରେ କାମ କରୁଥିଲେ। ବାପା ତାଙ୍କ ମା’କୁ ଛୁରୀ ଭୁସି ହତ୍ୟା କରିଥିଲେ। ବାପା ତାଙ୍କ ଗଳାକୁ ମଧ୍ୟ କାଟିଥିଲେ। ତାଙ୍କ ଡାହାଣ ଆଖି ଓ ମୁଣ୍ଡରେ ଆଘାତ ଲାଗିଥିଲା।