କନକ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇ ଦେଇଥିବା ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ । ଦୋଷୀକୁ ୨୦ ବର୍ଷ ସଶ୍ରମ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସେହିପରି ଦୋଷୀକୁ ୬ ହଜାର ଟଙ୍କାର ଦଣ୍ଡାଦେଶ କରିଛନ୍ତି । ଦୋଷୀକୁ କୋର୍ଟରେ ହାଜର କରାଯାଇଥିବା ବେଳେ ଦଣ୍ଡାଦେଶ ଶୁଣାଇଛନ୍ତି । ଅଦାଲତ ୩୧ ଜଣ ସାକ୍ଷୀ, ୧୩୫ଟି ଦସ୍ତାବିଜ ଏବଂ ୧୮ଟି ପ୍ରମାଣକୁ ଭିତିକରି ଦୋଷୀକୁ ଦଣ୍ଡ ଦେଇଛନ୍ତି । ଆଇପିସିର ଧାରା ୩୭୬, ପକ୍ସୋ ଆକ୍ଟର ଦଫା-୬ , ହତ୍ୟା ଓ ପ୍ରମାଣ ନଷ୍ଟ ଆଦି ଦଫା ଆଧାରରେ ସଶ୍ରମ କାରାଦାଣ୍ଡ ଶୁଣାଇଛନ୍ତି କୋର୍ଟ ।
- ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ୍
- ଦଣ୍ଡାଦେଶ ଶୁଣାଇଲେ ଚିଲଡ୍ରେନ୍ସ କୋର୍ଟ
- ‘ସାବାଳକ ହୋଇଥିଲେ ହୋଇଥାନ୍ତା ମୃତ୍ୟୁଦଣ୍ଡ’
୨୦୨୦ ମସିହାରେ ପରୀ ହତ୍ୟା ମାମଲାକୁ ନେଇ ଓଡ଼ିଶାରେ ଝଡ଼ ଉଠିଥିଲା । ରାଜରାସ୍ତାରୁ ବିଧାନସଭା ସବୁଠି ସରକାରଙ୍କୁ ଘେରିଥିଲେ ବିରୋଧୀ । ଆଉ ମାମଲାର ଗମ୍ଭୀରତାକୁ ଦେଖି ଏସଆଇଟି ତଦନ୍ତର ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ଏସଆଇଟି ମୁଖ୍ୟ ଦାୟିତ୍ୱ ମିଳିଥିଲା । ମାମଲାରେ ପରୀର ବାପା-ମା’, ପଡ଼ୋଶୀଙ୍କୁ ପଚାରାଉଚୁରା କରାଯାଇଥିଲା । ପରେ ପରୀର ଗଳିତ ଦେହାବଶେଷ ଉଦ୍ଧାର ହୋଇଥିଲା । ଶେଷରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେଲା ।
- ଜୁଲାଇ ୧୪, ୨୦୨୦ ମସିହା
- ଅଚନାକ୍ ଗାୟବ ହୋଇଥିଲା ପରୀ
ଗାଁ ଦାଣ୍ଡରେ ଖେଳୁଥିବା ବେଳ ଉଭାନ ହୋଇଯାଇଥିଲା । ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରିବା ପରେ ମଧ୍ୟ ପତ୍ତା ମିଳିନଥିଲା । ପ୍ରଥମେ ପରିବାର ଲୋକଙ୍କ ଅଭିଯୋଗକୁ ପୁଲିସ୍ ଗ୍ରହଣ କରୁନଥିବା ଅଭିଯୋଗ ହୋଇଥିଲା । ତେବେ ସେଇ ମାସ ୨୩ ତାରିଖରେ ଅଖାବସ୍ତାରୁ ପରୀର ଦେହାବଶେଷ ଉଦ୍ଧାର ହୋଇଥିଲା । ପ୍ରଥମେ ନୟାଗଡ଼ ପୁଲିସ୍ ଏବଂ କ୍ରାଇମବ୍ରାଞ୍ଚ ଥାନା ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/2-8.jpg)