ପରୀ ହତ୍ୟା ମାମଲାର ଅଭିଯୁକ୍ତ ଚିହ୍ନଟ । ଅଭିଯୁକ୍ତ ଯଦୁପୁର ଗାଁର ହୋଇଥିବା ସୂଚନା । କିଛି ସମୟ ପରେ ଅଧିକ ତଥ୍ୟ ଦେଇପାରେ ଏସଆଇଟି

604

କନକ ବ୍ୟୁରୋ :ପରୀ ମୃତ୍ୟୁ ପାଇଁ ଆଉ ପ୍ରାୟଶ୍ଚିତ କରିବେ ନାହିଁ ମନ୍ତ୍ରୀ ଅରୁଣ ସାହୁ । ପରୀ ହତ୍ୟାକାରୀକୁ ଚିହ୍ନଟ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା । ପରୀ ହତ୍ୟାକାରୀ ଯଦୁପୁର ଗାଁର । ଏନେଇ କିଛି ସମୟରେ ଅଧିକ ତଥ୍ୟ ପ୍ରକାଶ କରିବ ଏସଆଇଟି । ପରୀ ମୃତ୍ୟୁର ୮ ମାସରେ ହତ୍ୟାକାରୀକୁ ଚିହ୍ନଟ କରିଛି ଏସଆଇଟି । ପରୀକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା କଥା ଏସଆଇଟି ତରଫରୁ ହାଇକୋର୍ଟରେ ତଥ୍ୟ ଦାଖଲ ହୋଇଛି । ଏହା ସହ ହତ୍ୟାକାରୀକୁ ଚିହ୍ନଟ କରିଛି ତଦନ୍ତକାରୀ ସଂସ୍ଥା । ଏନେଇ ଗଣମାଧ୍ୟମରେ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ତାଙ୍କ ସୂଚନା ମୁତାବକ ପ୍ରଥମେ ପରୀକୁ ଦୁଷ୍କର୍ମ କରାଯାଇଥିଲା ଓ ପରେ ତାକୁ ହତ୍ୟା କରାଯାଇଥିଲା । ଏନେଇ ପରୀର ଡ୍ରେସରୁ ମିଳିଥିବା ସିମନ୍ ରୁ ସ୍ପଷ୍ଟ ହୋଇଛି । ଏହାସହ ସିମନ ମାଧ୍ୟମରେ ପରୀ ହତ୍ୟାକାରୀ ପାଖରେ ପହଂଚିଛି ତଦନ୍ତକାରୀ ସଂସ୍ଥା ।

କହିରଖୁ କି ଦୀର୍ଘଦିନ ହେବ ନୟାଗଡ ଯଦୁପୁର ଗାଁର ୫ ବର୍ଷର ନାବାଳିକା ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିଲା । ଏହି ହତ୍ୟାକାଣ୍ଡ ପଛରେ ବିଜେଡି ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ହାତଥିବା ଦାବି କରିଥିଲା ବିରୋଧୀ । ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଚଳିତ ବିଧାନସଭା ଅଧିବେଶନରେ ବିରୋଧୀ ମାନଙ୍କ ପକ୍ଷରୁ ହୋ ହାଲ୍ଲା କରିଥିଲେ । ଏହାକୁ ନଜରରେ ଦେଖି ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏକ ଟିମ୍ ସହ ପରୀର ଗାଁ ଯଦୁପୁରକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ୯ ଦିନର ତଦନ୍ତ ପରେ ପରୀ ହତ୍ୟାକାରୀକୁ ଧରିବାକୁ ସକ୍ଷମ ହୋଇଛି ଏସଆଇଟି ।