‘ପରୀ’ ହତ୍ୟା ମାମଲା : ପରୀ ସେଦିନ କିପରି ଆସିଥିଲା, କେଉଁ ସ୍ଥାନରେ ଘଟାଇଥିଲା ଜଘନ୍ୟ କାଣ୍ଡ; ଡ଼େମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ

ସେପଟେ ଚାର୍ଜସିଟ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟଙ୍କ ନୋଟିସ; ସେପଟେ ଆଜି ନ୍ୟାୟ ଦାବିରେ ନୟାଗଡ ଯଦୁପୁରରେ ପହଁଚିବ ବିଜେପି ପଦଯାତ୍ରା

1,009

କନକ ବ୍ୟୁରୋ : ପରୀ ମୁୃତ୍ୟୁ ମାମଲା । ଆଜି ଏସଆଇଟିକୁ ଡେମୋ ଦେଖାଉଛି ନାବାଳିକା ପରୀର ହତ୍ୟାକାରୀ ସରୋଜ ସେଠୀ । ଯଦୁପୁରରେ କେମିତି ପରୀକୁ ହତ୍ୟା କରିଥିଲା ଏହି ପିଶାଚ, ତାହାର ପୁରୀ ଦୃଶ୍ୟ ପୁଣି ଥରେ ରିକ୍ରିଏଟ୍ କରିଛି ଏସଆଇଟି ଟିମ୍ । ପରୀ ହତ୍ୟା ଦିନ କେମିତି ପରୀ ସହ ସେ ଘଟାଇଥିଲା ବର୍ବର କାଣ୍ଡ ସେ ନେଇ ତଦନ୍ତକାରୀ ଟିମ୍ ଏସଆଇଟିକୁ ଡ଼େମୋ ଦେଖାଉଛି ।

ପରୀ ସେଦିନ କିପରି ଆସିଥିଲା, କେଉଁ ସ୍ଥାନରେ ପରୀ ସହ ସେ ଘଟାଇଥିଲା ଜଘନ୍ୟ କାଣ୍ଡ , ହତ୍ୟା ପରେ କିପରି ଅଖା ବସ୍ତାରେ ଶବ ପୁରାଇଥିଲା, କିପରି ପୋଖରୀ ପାଖ ବୁଦାରେ ନେଇ ନଡିଆ ବାହୁଙ୍ଗା ସହ ଫିଙ୍ଗିଥିଲା । ପୁରା ଘଟଣାକୁ କିପରି ରଫାଦଫା କରିବାକୁ ଉଦ୍ୟମ କରୁଥିଲା ସେନେଇ ତଦନ୍ତକାରୀ ଦଳ ଆଗରେ ଦେଖାଉଛୁ ସରୋଜ । ଆଗରୁ ସରୋଜ ସେଠୀ ହିଁ ପରୀର ହତ୍ୟାକାରୀ ବୋଲି ଏସଆଇଟି ଟିମ୍ ସ୍ପଷ୍ଟ କରିଥିଲା ।

ଏହା ପରେ ହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଛି ଏସଆଇଟି ହାତରେ । ଏହାରି ଭିତରେ ପରୀର ଲେଗିଙ୍ଗସକୁ ଗାଁ ପୋଖରୀ ଶୁଖାଇ ଉଦ୍ଧାର କରାଯାଇଛି । ହତ୍ୟା ସମୟରେ ପରୀ ନାକରୁ ରକ୍ତ ବାହାରିଥିଲା । ସେହି ରକ୍ତକୁ ସରୋଜ ଯେଉଁ ଟାୱେଲ ବ୍ୟବହାର କରି ପୋଛି ଦେଇଥିଲା, ତାକୁ ମଧ୍ୟ ସରୋଜର ଯଦୁପୁର ଘରୁ ଆଗରୁ ଉଦ୍ଧାର କରିଥିଲା ଏସଆଇଟି ଟିମ୍ । ଆଉ ଏହାରି ଭିତରେ ସରୋଜ ଆଜି ଏସଆଇଟି ଟିମକୁ ଡେମୋ ଦେଖାଉଛି ।

ତେବେ ହତ୍ୟା ନେଇ କଣ କହିଥିଲା ଏସଆଇଟି ?

  • ଜୁଲାଇ ୧୪ ତାରିଖରେ ପରୀର ହତ୍ୟାକାଣ୍ଡ
  • ପରୀ ହତ୍ୟାକାରୀ ସରୋଜ : ଏସଆଇଟି
  • ହତ୍ୟାର ପୂର୍ବ ରାତିରେ ଅଶ୍ଳିଳ ଭିଡିଓ ଦେଖିଥିଲା
  • ଘଟଣା ଦିନ ପରୀ ସହ ଦୁଷ୍କର୍ମ
  • ପରୀ ପାଟି କରିବାରୁ ତଂଟି ଚିପି ହତ୍ୟା
  • ମୃତ୍ୟୁ ପରେ ପରୀର ଶବ ସହ ଦୁଷ୍କର୍ମ
  • ଘର ପଛ ପାଖ ପୋଖରୀ ପାଖରେ ଫିଙ୍ଗିଦେଲା ଶବ
  • ନଡିଆ ବାହୁଙ୍ଗାରେ ଢାଙ୍କି ବସ୍ତାରେ ଫିଙ୍ଗିଥିଲା ଶବ
  • ପରୀର ପୋଷାକରୁ ମିଳିଛି ସିମେନ୍