କନକ ବ୍ୟୁରୋ: ଯଦୁପୁରରେ ପହଂଚିଲେ କ୍ରାଇମବ୍ରାଂଚ ଏସଆଇଟି ଟିମ୍ । ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଥିବା ବେଳେ ଆଜି ଯଦୁପୁରରେ ପହଂଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା ଜାରି ରହିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ ।
ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ନୟାଗଡର ସେହି ଯଦୁପୁର ଗାଁରୁ ଅଭିଯୁକ୍ତକୁ ଧରିଥିଲା । ଅଭିଯୁକ୍ତ ବିରୋଧରେ ୩୭୬ ଏ, ଅର୍ଥାତ୍ ଦୁଷ୍କର୍ମର ଧାରା ଲଗାଇଛି ଏସଆଇଟି । ଏହାଛଡା ଅଭିଯୁକ୍ତ ବିରୋଧରେ ୩୭୬ ଏ , ବି , ଅର୍ଥାତ୍ ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମର ଦଫା ମଧ୍ୟ ଲାଗିଛି । ପରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରି ହତ୍ୟା କରା ଯାଇଥିବାରୁ ଅପହରଣର ଧାରା ୩୬୪ ଓ ହତ୍ୟା ପାଇଁ ୩୦୨ ଧାରା ମଧ୍ୟ ଲଗାଯାଇଛି । ସେହିପରି ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେଇ ତଦନ୍ତକୁ ବାଟବଣା କରିବା ଅଭିଯୋଗରେ ଆଇପିସିର ଧାରା ୨୦୧ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି ।
ଅନ୍ୟପଟେ, ପରୀ ହତ୍ୟାର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ରାଜନୀତି କରୁଛନ୍ତି । ଏସଆଇଟି ଅଭିଯୁକ୍ତ ଗିରଫ କରିବା ପରେ ଏହି କଥା ସ୍ପଷ୍ଟ ହୋଇଯାଇଛି ।
ସେପଟେ, ରାଜ୍ୟରେ ପରୀ ହତ୍ୟାକାଣ୍ଡ, ଶିଶୁ ଚୋରି, ନାବାଳିକାକୁ ଦୁଷ୍କର୍ମ ପ୍ରତିବାଦରେ କଂଗ୍ରେସର ପ୍ରତିବାଦ ସଭା । ନାରୀ ନିର୍ଯାତନା, ନାବାଳିକା ଅପହରଣ, ଦୁଷ୍କର୍ମ ଘଟଣାକୁ ନିୟନ୍ତ୍ରଣ କରିବାରେ ନବୀନ ସରକାର ବିଫଳ । ଏହାକୁ ନେଇ ସାରା ରାଜ୍ୟରେ ଏସପି ଅଫିସ ଆଗରେ କଂଗ୍ରେସ ପ୍ରତିବାଦ ସଭା କରିଛି । ଭୁବନେଶ୍ୱର କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବି କଂଗ୍ରେସ ଧାରଣା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/9-20.jpg)
/kanak/media/post_attachments/wp-content/uploads/2020/12/Screen-Shot-2020-12-21-at-11.09.01-AM.png)
/kanak/media/post_attachments/wp-content/uploads/2019/03/pratap-dev-1.jpg)
/kanak/media/post_attachments/wp-content/uploads/2020/12/vlcsnap-2020-12-21-11h08m08s769.png)