କନକ ବ୍ୟୁରୋ : ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଯଦୁପୁର ଗାଁରେ ପହଂଚିଛ ୩ ଜଣଙ୍କୁ ଉଠାଇ ନେଇଛି ଏସ୍ଆଇଟି । ସନ୍ଦିଗ୍ଧ ଯୁବକ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ନେଇଛି ଏସ୍ଆଇଟି ଟିମ୍ । ନୟାଗଡ଼ ସର୍କିଟ୍ ହାଉସରେ ନେଇ ପଚରାଉଚୁରା କରୁଥିବା ସୂଚନା ମିଳିଛି ।
ବଡ଼ କଥା ହେଉଛି- ଏସ୍ଆଇଟି ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଜି ଏମିତି ଏକ ଖବର ଆସିଛି । ହାଇକୋର୍ଟ କହିଥିଲେ ମାମଲାରେ ତଦନ୍ତ ବିଶେଷ କିଛି ଆଗେଇ ନାହିଁ । ଅଭିଯୁକ୍ତକୁ ଧରିବା ଭଳି ତଦନ୍ତ , ଆଗେଇ ନଥିବା କୋର୍ଟ ଅନୁଭବ କରିଥିଲେ । ଏହି ମାମଲାରେ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତି ଶୁଣାଣି କରିବେ ହାଇକୋର୍ଟ । ଏପଟେ ଏସ୍ଆଇଟି ମଧ୍ୟ ତଦନ୍ତକୁ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/3-20.jpg)