କେମିତି ହୋଇଥିଲା ପରୀ ହତ୍ୟା ? ପିଶାଚ କହିଲା ପାପ କାହାଣୀ ! ଅପରାଧର ଆମୂଳଚୂଳ ଦେଖାଇଲା ଅଭିଯୁକ୍ତ ।

22,133

କନକ ବ୍ୟୁରୋ: କେମିତି ହୋଇଥିଲା ‘ପରୀ’ର ହତ୍ୟା…? କେମିତି ମୃତଦେହ ଲୁଚାଇବାକୁ କରିଥିଲା ଷଡ଼ଯନ୍ତ୍ର ? ଅପରାଧର ଡେମୋ ଦେଖାଇଲା ଅଭିଯୁକ୍ତ । ଯେଉଁ ଜଘନ୍ୟ ହତ୍ୟାକାଣ୍ଡ, ସାରା ରାଜ୍ୟକୁ ଦୋହଲାଇ ଦେଇଛି, ଯେଉଁ ଛାତିଥରା ଘଟଣା ଉପରେ ସାରା ରାଜ୍ୟର ନଜର ରହିଛି, ସେହି ନାରକୀୟ କାଣ୍ଡକୁ ରି-କ୍ରିଏଟ୍ କରିଛି ସରୋଜ ସେଠୀ । ଏସଆଇଟି ସହ ଯଦୁପୁର ଗାଁକୁ ଯାଇ, କିପରି ସଇତାନ ସାଜି ଜଣେ ନିଷ୍ପାପ ଶିଶୁର ଜୀବନ ନେଇଥିଲା, ନିଜେ ଦେଖାଇଛି ଅଭିଯୁକ୍ତ । କିପରି ଜାମୁକୋଳି ଗଛ ନିକଟରୁ କୁନିଝିଅ ପରୀକୁ ଡାକି ଆଣିଲା, ଘର ଭିତରେ ଦୁଷ୍କର୍ମ ଉଦ୍ୟମ କଲା, ପରୀ ଚିକ୍ରାର କରିବାରୁ ତାକୁ ତଂଟି ଚିପି ହତ୍ୟା କଲା, ପୂରା ମର୍ଡର ସିନର ରି-କ୍ରିଏସନ୍ କରିଥିବା ସୂଚନା ଦେଇଛି ଏସଆଇଟି ।

ପରୀକୁ ହତ୍ୟା କରିବା ପରେ ଶବକୁ ବସ୍ତା ଭିତରେ ବାନ୍ଧି, ଯେଉଁ ପୋଖରୀ ନିକଟ ବୁଦା ଆଡେ ପିଙ୍ଗି ଦେଇଥିଲା, ତାହା ମଧ୍ୟ ଏସଆଇଟିକୁ ଦେଖାଇଛି ଅଭିଯୁକ୍ତ ସରୋଜ ସେଠୀ । ଅପରାଧର ପୂରା କାହାଣୀ କହିଛି ଅଭିଯୁକ୍ତ । ତେବେ ଏତିକିରେ ସରିଯାଇନି ଏସଆଇଟିର ତଦନ୍ତ । ସରୋଜ କେତେ ସତ କହୁଛି, ତାହା ଜାଣିବାକୁ ତା’ର ବ୍ରେନ୍ ମ୍ୟାପିଂ କରିବାକୁ କୋର୍ଟରେ ଆବେଦନ କରିବ ଏସଆଇଟି । ସେହିପରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ପରୀର କୌଣସି ହାଡ଼ ହଜି ଯାଇନାହିଁ । ହାଡକୁ ଡିଏନଏ ପରୀକ୍ଷା ପାଇଁ ପଠା ଯାଇଛି । ସେପଟେ ଅଭିଯୁକ୍ତ ସରୋଜ ସେଠୀର ରିମାଣ୍ଡ ସରିବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି ।