ପରୀ ମୃତ୍ୟୁ ମାମଲାରେ ଏସଆଇଟିର ତଦନ୍ତ ଜୋରଦାର: ୧୦୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କଲା ଟିମ୍; ୨୧୦ ପରିବାରର ପ୍ରୋଫାଇଲ୍ ପ୍ରସ୍ତୁତ

ପରୀ ମୃତ୍ୟୁ ମାମଲାରେ ଏସଆଇଟିର ତଦନ୍ତ ଜୋରଦାର: ୧୦୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କଲା ଟିମ୍; ୨୧୦ ପରିବାରର ପ୍ରୋଫାଇଲ୍ ପ୍ରସ୍ତୁତ

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ହତ୍ୟାକାରୀ କିଏ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏବେ ତଦନ୍ତୁ ବ୍ୟାପକ କରିଛି ଏସ୍ଆଇଟି । ନୟାଗଡ଼ ଯଦୁପର ଗାଁରେ ୧୦୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ । ସେହପରି ୨୧୦ ପରିବାରଙ୍କ ପ୍ରୋଫାଇଲିଂ କରାଯାଇଛି ।

ଅର୍ଥାତ୍ ଏହି ପରିବାରର ସସଦ୍ୟମାନେ କୁଆଡେ ଯାଇଥିଲେ? କାହା ସହ ଦେଖା କରିଥିଲେ । ପରୀ ନିଖୋଜ ସମୟରେ ଏମାନଙ୍କର ଗତିବିଧି କଣ ଥିଲା । ଏହି ସବୁ ତଥ୍ୟ ଉପରେ ଅନୁଧ୍ୟାନ ପାଇଁ ପ୍ରୋଫାଇଲିଂ ବା ତଥ୍ୟ ସଂଗ୍ରହ କରାଯାଇଛି । ଏହି ଆଧାରରେ ଅପରାଧୀଙ୍କ ପାଖରେ ପହଂଚିବା ପାଇଁ ଉଦ୍ୟମ ଜାରି ରହିଛି ।

ଅନ୍ୟପଟେ, ନାବାଳିକା ପରୀ ହତ୍ୟା ମାମଲାରେ ଯଦୁପୁରର ଜଣେ ଯୁକ୍ତ ତିନି ଛାତ୍ରଙ୍କୁ ପଚରାଉଚରା କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କିଛିଦିନ ତଳେ ଏହି ଛାତ୍ରଙ୍କର ରକ୍ତ, ଲାଳ ଆଦି ପରୀକ୍ଷା କରାଇବା ସହ ୨ ତାରିଖରୁ ତାଙ୍କ ମୋବାଇଲ୍ ଫୋନ୍ ନେଇଯାଇଥିଲା ଏସଆଇଟି । ତେବେ ମୋବାଇଲ କିମ୍ବା ସେଥିରେ ଥିବା କୌଣିସି ଫାଇଲ୍ରେ ପାସ୍ୱାର୍ଡ ପଡ଼ି ରହିଛି। ଯାହାକୁ ଏସଆଇଟି କର୍ତ୍ତୃପକ୍ଷ ଖୋଲିପାରିନଥିଲେ। ଯେଉଁଥିପାଇଁ ଏସଆଇଟି ମୋବାଇଲକୁ ଆଣି ଯଦୁପୁରର ଉକ୍ତ ଛାତ୍ରଙ୍କ ଘରକୁ ଆସିଥିଲା। ଛାତ୍ରଙ୍କୁ ପାସୱାର୍ଡ ବିଷୟରେ ପଚାରିଥିବା ବେଳେ, ସେ ପାସୱାର୍ଡ ପକାଇନଥିବା କହିଥଲେ। ଯାହାକୁ ନେଇ ଏସଆଇଟି କର୍ତ୍ତୃପକ୍ଷ ବିରକ୍ତ ହୋଇଥିବା ଜଣାପଡ଼ିଛି। ଏଥିସହିତ, ଏସଆଇଟି କର୍ତ୍ତୃପକ୍ଷଏହି ମୋବାଇଲକୁ ପୁନର୍ବାର ଜବତ୍ କରି ନେଇ ଆସିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe