ପରୀ ହତ୍ୟା ମାମଲା: ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ ।

216

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ । ଲେଗିଙ୍ଗସ ଖୋଜିବା ପାଇଁ ପୋଖରୀରୁ ପାଣି ଶୁଖାଯାଇଥିଲା । ଏକ ପଲିଥିନରେ ଗୁଡା ହୋଇ ପୋଖରୀରେ ପଡିଥିବା ବେଳେ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସକୁ ଜବତ କଲା ଏସଆଇଟି ଟିମ୍ ।

ପରୀ ହତ୍ୟା ମାମଲାରେ ଏସଆଇଟି ଯଦୁପୁର ଗାଁରୁ ଅଭିଯୁକ୍ତ ସରୋଜକୁ ଗିରଫ କରିଛି । ଏହାସହ ତାକୁ କୋର୍ଟ ଚାଲଣ ପରେ ରିମାଣ୍ଡରେ ଆଣି ପଚରାଉଚରା କରୁଛି ଏସଆଇଟି । ଏହାସହ ପରୀକୁ ସରୋଜ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ବୋଲି ଏସଆଇଟି ସୂଚନା ଦେଇଛି ।

ପୂର୍ବରୁ ଏହି ମାମଲାରେ ଏସଆଇଟି ଟିମକୁ ପରୀର ଫ୍ରକ ମିଳିଥିଲା । ତେବେ ଏଥିରେ ଲାଗିଥିବା ସିମେନ ଜରିଆରେ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ଏସଆଇଟି । ଏହାସହ ଏହି ଘଟଣାରେ ଅଧିକ ତଥ୍ୟ ପାଇଁ ଖୋଳତାଡ ଜାରି ରଖିଛି ଏସଆଇଟି ।