‘ପରୀ’ ବିବାଦ ଭିତରେ ମୁହଁ ଖୋଲିଲେ ବାବୁଲି ନାୟକ : କହିଲେ, ଘଟଣାରେ ମୁଁ ସଂପୂର୍ଣ୍ଣ ନିର୍ଦ୍ଦୋଷ

ବାବୁଲି କହିଛନ୍ତି, ଏଥିରେ ମନ୍ତ୍ରୀଙ୍କର ବି କୌଣସି ସଂପୃକ୍ତି ନାହିଁ । ଗାଁ ସଂରପଚ ତାଙ୍କୁ ବଦନାମ କରୁଛନ୍ତି ।

569

କନକ ବ୍ୟୁରୋ : ସାରା ରାଜ୍ୟରେ ପରି ମୃତ୍ୟୁ ନେଇ ବିବାଦ ତେଜିବାରେ ଲାଗିଛି । ନୟାଗଡ ଯଦୁପୁର ଗାଁରେ ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲି ନାୟକ ମୁହଁ ଖୋଲିଛନ୍ତି । ଘଟଣାରେ ସେ ନିର୍ଦ୍ଦୋଷ ବୋଲି କହିଛନ୍ତି ବାବୁଲି । ବାବୁଲି କହିଛନ୍ତି, ଏଥିରେ ମନ୍ତ୍ରୀଙ୍କର ବି କୌଣସି ସଂପୃକ୍ତି ନାହିଁ । ଗାଁ ସଂରପଚ ତାଙ୍କୁ ବଦନାମ କରୁଛନ୍ତି । ସିବିଆଇ ତଦନ୍ତ ହେଲେ ସେଥିରେ ସେ ସହଯୋଗ କରିବେ ।

ଚଳିତବର୍ଷ ଜୁଲାଇ ୧୪ ତାରିଖରେ ଯଦୁପୁର ଗାଁର ଛୋଟ ଝିଅ ପରୀ ନିଖୋଜ ହୋଇଥିଲା । ଜୁଲାଇ ୨୩ରେ ତାଙ୍କ ମୃତଦେହ ମିଳିଥିଲା । ଘଟଣାର ତଦନ୍ତ ଏସଆଇଟି ତଦନ୍ତ କରୁଛି । ବୁଧବାରଦିନ ଏସଆଇଟି ତଦନ୍ତକାରୀ ଦଳର ମୁଖ୍ୟ ଅରଣ ବୋଥ୍ରା ଯଦୁପୁର ଯାଇ ବାବୁଲିଙ୍କୁ ଘଟଣା ନେଇ ପଚରାଉଚରା କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ଅଟଳ ରହିଛି ।