ପରୀ ହତ୍ୟା ମାମଲାରେ ଏସଆଇଟିର ଛାନଭିନ: ପ୍ରମାଣ ପାଇଁ ପରୀ ମୃତଦେହ ମିିଳିଥିବା ପୋଖରୀକୁ ଶୁଖାଇବାକୁ ଯୋଜନା

ଯଦୁପୁରରେ ଏସଆଇଟି ଟିମ୍ ପହଚିଂ ଅଭିଯୁକ୍ତ ମାଙ୍କ ସହ ଆଲୋଚନା । ସେପଟେ ଗିରଫ ଅଭିଯୁକ୍ତର କରାଗଲା ସ୍ୱାସ୍ଥ୍ୟ ପରୀକ୍ଷା

218

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଛାନଭିନ୍ ଚଳାଇଛି ଏସଆଇଟି । ପ୍ରମାଣ ପାଇଁ ପରୀ ମୃତଦେହ ମିଳିଥିବା ପୋଖରୀକୁ ଶୁଖାଇବାକୁ ଯୋଜନା କରୁଛି ଏସଆଇଟି । ୩ଟି ମଟର ଲଗାଇ ପୋଖରୀରୁ ପାଣି ବାହାର କରାଯିବ । ସେପଟେ ଯଦୁପୁରରେ ଏସଆଇଟି ଟିମ୍ ପହଚିଂ ଅଭିଯୁକ୍ତ ମାଙ୍କ ସହ ଆଲୋଚନା କରିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହା ପରେ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ ।

ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ନୟାଗଡର ସେହି ଯଦୁପୁର ଗାଁରୁ ଅଭିଯୁକ୍ତକୁ ଧରିଥିଲା । ଅଭିଯୁକ୍ତ ବିରୋଧରେ ୩୭୬ ଏ, ଅର୍ଥାତ୍ ଦୁଷ୍କର୍ମର ଧାରା ଲଗାଇଛି ଏସଆଇଟି । ଏହାଛଡା ଅଭିଯୁକ୍ତ ବିରୋଧରେ ୩୭୬ ଏ , ବି , ଅର୍ଥାତ୍ ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମର ଦଫା ମଧ୍ୟ ଲାଗିଛି । ପରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରି ହତ୍ୟା କରା ଯାଇଥିବାରୁ ଅପହରଣର ଧାରା ୩୬୪ ଓ ହତ୍ୟା ପାଇଁ ୩୦୨ ଧାରା ମଧ୍ୟ ଲଗାଯାଇଛି । ସେହିପରି ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେଇ ତଦନ୍ତକୁ ବାଟବଣା କରିବା ଅଭିଯୋଗରେ ଆଇପିସିର ଧାରା ୨୦୧ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି ।