‘ପରୀ’କୁ ନ୍ୟାୟ ପାଇଁ ଲଢେଇ : ରାଜଭବନ ଆଗରେ ବିଜେପି ନେତା କର୍ମୀଙ୍କ ଧାରଣା

ସେପଟେ ଯଦୁପୁରର ୨୮ ଯୁବକଙ୍କ ରକ୍ତନମୁନା ନେଲା ଏସଆଇଟି; ବାବୁଲି ନାୟକଙ୍କ ପୁଅକୁ ବି ପଚାରାଉଚରା

71

କନକ ବ୍ୟୁରୋ : ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିଜେପି କର୍ମୀଙ୍କ ଆନ୍ଦୋଳନ । ରାଜଭବନ ଆଗରେ ବିଜେପି ନେତା ଓ କର୍ମୀ ଧାରଣା ଦେଇଛନ୍ତି । ସିବିଆଇ ତଦନ୍ତ ଦାବି ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଧାରଣା ଦେଇଛନ୍ତି । ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ଧାରଣାରେ ସାମିଲ ହୋଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।

ବିଜେପିର ଏକ ଟିମ ମଧ୍ୟ ପରୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ମୃତଦେହ ମିଳିଥିବା ସ୍ଥାନକୁ ଯାଇ ଦେଖିବା ସହ ପରୀ ପରିବାର ସହ ଆଲୋଚନା କରିଥିଲେ । ବିଧାନସଭାରେ ମଧ୍ୟ ପରୀ ମୃତ୍ୟ ପ୍ରସଙ୍ଗରେ ବିଜେପି ସଦସ୍ୟ ହୋହାଲ୍ଳା କରିବା ସହ ପରୀକୁ ନ୍ୟାୟ ଦାବିରେ ଗୃହକୁ ଅଚଳ କରିଦେଇଥିଲେ । ପରୀ ମାମଲାରେ ଏସଆଇଟର ତନାଘନା ଜାରି । ଗାଁର ୧୫ରୁ ୩୦ ବର୍ଷ ବୟସ୍କ ୨୮ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରିଛି ଏସଆଇଟି । ହତ୍ୟାକାରୀ ନିକଟରେ ପହଂଚିବା ପାଇଁ ଏସଆଇଟି ଛାନଭିନ ଚଳାଇଛି ।

ପରୀ ହତ୍ୟାରେ ବ୍ୟବହୃତ ଯଦି କୌଣସି ଅସ୍ତ୍ରଶସ୍ତ୍ର, କପଡ଼ା କିମ୍ବା ଅନ୍ୟ କୌଣସି ଜିନିଷରୁ ଯଦି କୌଣସି ବ୍ୟକ୍ତିର ରକ୍ତ ନମୁନା ମିଳିଥିବ ସେଭଳି ସ୍ଥିତି ପାଇଁ ଏସଆଇଟି ଗାଁ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରିଛି ଏସଆଇଟି । ହତ୍ୟା ନେଇ ସିଧାସଳଖ କାହାକୁ ସନ୍ଦେହ କରାଯାଇନଥିବାରୁ ତଦନ୍ତକାରୀ ସଂସ୍ଥା ଅନେକ ରକ୍ତ ନମୁନା ସଂଗ୍ରହ କରିଛି । ପୂର୍ବରୁ ବାବୁଲି ନାୟକ ଏବଂ ତାଙ୍କ ଡ଼୍ରାଇଭରକୁ ଉଠାଇ ନେଇ ଏସଆଇଟି ପଚରାଉଚରା କରିଛି ।