କେମିତି ‘ପରୀ’କୁ କରାଯାଇଥିଲା ହତ୍ୟା ? ହତ୍ୟାକାଣ୍ଡ ସ୍ଥଳରେ ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ ସେଠୀ

16,807

କନକ ବ୍ୟୁରୋ : ‘ପରୀ’ ହତ୍ୟା ମାମଲା । ଆଜି ଏସଆଇଟିକୁ ଡେମୋ ଦେଖାଇଲା ନାବାଳିକା ପରୀର ହତ୍ୟାକାରୀ ସରୋଜ ସେଠୀ । ଯଦୁପୁରକୁ ସରୋଜକୁ ନେଇଥିଲା ଏସଆଇଟି ଟିମ୍ । ଏହି ସମୟରେ ଏସଆଇଟି ଟିମ୍ , ଆଗରେ କପରି ପରୀକୁ ହତ୍ୟା କଲା , ପୁରି ମର୍ଡର ସିନ୍ ରି କ୍ରିଏଟ୍ କରିଛି ସରୋଜ ସେଠୀ ।

ପରୀ ହତ୍ୟା ଦିନ କେମିତି ପରୀ ସହ ହତ୍ୟାକାରୀ ଘଟାଇଥିଲା ବର୍ବର କାଣ୍ଡ , କେଉଁ ସ୍ଥାନରେ ପରୀ ସହ ସେ ଘଟାଇଥିଲା ଜଘନ୍ୟ କାଣ୍ଡ , କେମିତି କଲା ହତ୍ୟା , ହତ୍ୟା ପରେ କିପରି ଅଖା ବସ୍ତାରେ ଶବ ପୁରାଇଥିଲା, ଶବ ଥିବା ବସ୍ତାକୁ କିପରି ପୋଖରୀ ପାଖ ବୁଦାରେ ନେଇ ନଡିଆ ବାହୁଙ୍ଗା ସହ ଫିଙ୍ଗିଥିଲା ଏସବୁ ଆଜି ଏସଆଇଟି ଟିମ୍ କୁ ଡେମୋରେ ଦେଖାଇଛି ସରୋଜ ସେଠୀ ।

ଆଗରୁ ସରୋଜ ସେଠୀକୁ ହିଁ ପରୀର ହତ୍ୟାକାରୀ ବୋଲି ଏସଆଇଟି ଟିମ୍ ସ୍ପଷ୍ଟ କରିଥିଲା । ଆଜି ସରୋଜ ସେଠୀ ମର୍ଡର ସିନ୍ ଡେମୋ ଦେଖାଇବା ପରେ ଏସଆଇଟି ଏହି ଦିଗରେ ବଡ ସଫଳତା ପାଇଛି ବୋଲି କୁହାଯାଇପାରିବ । ସମୟ ବଢିବା ସହିତ ତଦନ୍ତକାରୀ ଟିମ୍ ଏସଆଇଟି ହାତରେ ପରୀ ହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଛି । ପୂର୍ବରୁ ପରୀର ହତ୍ୟା ପରେ ତା ଲେଗିଙ୍ଗସକୁ ସେ ଗାଁ ପୋଖରୀକୁ ଫିଙ୍ଗିଥିଲା ।

ଯାହାକୁ ଯଦୁପୁର ଗାଁ ପୋଖରୀ ଶୁଖାଇ ଉଦ୍ଧାର କରି ସାରିଛି ଏସଆଇଟି ଟିମ୍ । ତେବେ ପରୀକୁ ହତ୍ୟା ସମୟରେ ପରୀ ନାକରୁ ରକ୍ତ ବାହାରିଥିଲା , ଯାହାକୁ ସେ ଟାୱେଲରେ ପୋଛିଥିଲା । ତାହାକୁ ମଧ୍ୟ ଉଦ୍ଧାର କରି ସାରିଥିଲା ଏସଆଇଟି ଟିମ୍ । ଏହାକୁ ଅଧିକ ତଦନ୍ତ ପାଇଁ ପଠା ଯାଇଛି । ଆଉ ଏହାରି ଭିତରେ ସରୋଜ ଆଜି ଏସଆଇଟି ଟିମକୁ ଡେମୋ ଦେଖାଉଛି ।