କନକ ବ୍ୟୁରୋ: ଯେତେବେଳେ ପରୀ ମାମଲାରେ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ସେତେବେଳେ ଅଭିଯୁକ୍ତ ସରୋଜ ସେଠୀ କରୁଥିଲା କଣ ? ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ କହିବା ଅନୁସାରେ ଏସଆଇଟି ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରୁଥିଲା ସରୋଜ । ଖାଲି ସେତିକି ନୁହେଁ, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କେଉଁଠି କାମ କରିଛନ୍ତି, କେଉଁ କେଉଁ ମାମଲାରେ ତଦନ୍ତ କରିଛନ୍ତି ଏବଂ କିପରି ଅପରାଧୀ ପାଖରେ ପହଂଚିଛନ୍ତି ସେ ସମ୍ପର୍କିତ ଟିକିନିଖି ତଥ୍ୟ ଖୋଜୁଥିଲା ସରୋଜ । ଆଉ ଏସଆଇଟି ତଦନ୍ତ ନିର୍ଦ୍ଦେଶ ହେବା ନେଇ ଜାଣିବା ପରେ ଗୁଗୁଲ ହିଷ୍ଟ୍ରୀ ଡିଲିଟ କରି ଦେଇଥିଲା ।
ପରୀ ଖବର ଉପରେ ନଜର ରଖୁଥିଲା ସରୋଜ । ଟାଟା ସ୍କାଏ ରିଚାର୍ଜ ପାଇଁ ଜିଦ କରୁଥିଲା । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତ ସରୋଜ ସେଠୀ ବିଷୟରେ ଯେତିକି ଜାଣିଥିଲେ ତାଠାରୁ ଅଧିକ ଅଭିଯୁକ୍ତ ସରୋଜ ଜାଣିଥିଲା ବୋଥ୍ରାଙ୍କ ବିଷୟରେ । ବଡ କଥା ହେଲା ବୋଥ୍ରା ପ୍ରଥମଥର ପାଇଁ ଯେତେବେଳେ ଅଭିଯୁକ୍ତ ପାଖକୁ ଯାଇଥିଲେ ସେତେବେଳେ ସେ ଟିଭିରେ ନ୍ୟୁଜ ଦେଖୁଥିଲା । ବିଭିନ୍ନ ଚ୍ୟାନେଲରେ ପରୀ ଖବର ଉପରେ ନଜର ରଖୁଥିଲା ସରୋଜ ।
ସରୋଜକୁ ରିମାଣ୍ଡରେ ନେଇ ପଚରାଉଚରା କରିବା ସମୟରେ କେତେବେଳେ ସରୋଜ କହୁଛି ଭୁଲ କରିଦେଲି , ଆଉ କେତେବେଳେ ତଦନ୍ତକାରୀ ଦଳ ଉପରେ ରାଗି ଯାଉଛି । କାରଣ ସରୋଜ କେବେ ବି ଭାବିନଥିଲା ଏସଆଇଟି ହାତରେ ଧରାପଡିବ ବୋଲି ।
ଘଟଣା ଘଟିବା ଦିନ ଠାରୁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ହେବା ପର୍ଯ୍ୟନ୍ତ ସରୋଜ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ କେବେ ବି ସନ୍ଦେହ ଘେରକୁ ଆସିବ ନାହିଁ ବୋଲି ଅନୁମାନ କରିନେଇଥିଲା ସରୋଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/29-21.jpg)