ନୟାଗଡ ପରୀ ହତ୍ୟା ଘଟଣା: ଏସଆଇଟି ଚାର୍ଜସିଟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲା ନାବାଳକ ଅଭିଯୁକ୍ତ ।

Advertisment
ନୟାଗଡ ପରୀ ହତ୍ୟା ଘଟଣା: ଏସଆଇଟି ଚାର୍ଜସିଟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲା ନାବାଳକ ଅଭିଯୁକ୍ତ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ପରୀ ହତ୍ୟା ଘଟଣାର ଅଭିଯୁକ୍ତ ନାବାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ନିମ୍ନ ଅଦାଲତରେ ଅଭିଯୁକ୍ତ ବିରୋଧରେ ଏସଆଇଟି ଦାଖଲ କରିଥିବା ଚାର୍ଜସିଟକୁ ଚାଲେଞ୍ଜ କରି ଏହି ମାମଲା ରୁଜୁ ହୋଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ରହିଛି, ଉପଯୁକ୍ତ ତଥ୍ୟ ପ୍ରମାଣ ନ ଥାଇ ଚାର୍ଜସିଟ ଦାଖଲ କରାଯାଇଛି। ମୃତ ଶିଶୁର ବାପା-ମା ନିର୍ଦ୍ଦିଷ୍ଟ ଲୋକଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ତଦନ୍ତକାରୀ ସଂସ୍ଥା ଏଭଳି ଅଭିଯୋଗର ଆଧାରରେ ତଦନ୍ତ କରି ନ ଥିଲା। ଉପଯୁକ୍ତ ପ୍ରମାଣ ନ ଥାଇ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।

ମାମଲାରେ ରାଜ୍ୟ ସରକାର ଓ ପରୀର ବାପା ଅଶୋକ ସାହୁଙ୍କୁ ପକ୍ଷଭୁକ୍ତ କରାଯାଇଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଯେ ଗତ ମାସ ୧୫ ତାରିଖରେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ପରୀ ହତ୍ୟା ପାଇଁ ଗଠନ କରାଯାଇଥିବା ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ନାବାଳକ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଏଥିରେ ସାକ୍ଷୀଙ୍କ ତାଲିକା, ତଦନ୍ତ ବେଳେ ଜବତ ସାମଗ୍ରୀ ଓ ଅନ୍ୟ‌ାନ୍ୟ ତଥ୍ୟ ପ୍ରମାଣ ରହିଥିଲା। ଅଭିଯୁକ୍ତ ବିରୋଧରେ ଆଇପିସିର ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୬୩, ୩୦୨, ୨୦୧, ପୋକସୋ ଆଇନର ଧାରା ୬ରେ ଚାର୍ଜସିଟ ଦାଖଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe