କନକ ବ୍ୟୁରୋ : ନୟାଗଡ ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ଦୋଷୀ । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦୋଷୀ ଜଣଙ୍କ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି । ସେ ଅଭିଯୋଗ କରିଛନ୍ତି କି, ତଥ୍ୟ ପ୍ରମାଣକୁ ଠିକ୍ ଭାବେ ବିଚାର ନ କରି ଦଣ୍ଡାଦେଶ ଦିଆଯାଇଛି । ନ୍ୟାୟଗଡର ଅତିରିକ୍ତ ଦୌରାଜଜ୍ ତଥା ଚିଲଡ୍ରେନ କୋର୍ଟଙ୍କ ନ୍ୟାୟକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରାଯାଇଛି ।

Advertisment

ସୂଚନା ଥାଉକି ନୟାଗଡର ନାବାଳିକ ପରୀ ହତ୍ୟା ମାମଲାରେ ଫେବୃଆରୀ ୬ ତାରିଖରେ ରାୟ ପ୍ରକାଶ ପାଇଥିଲା । ଏଥିରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ ସହ ୬ ହଜାର ଟଙ୍କାର ଜରିମାନା କରିଥିଲେ । ଏବେ ସେହି ରାୟକୁ ରଦ୍ଦ କରାଯାଉ ବୋଲି ହାଇକୋର୍ଟରେ ଅପିଲ କରିଛନ୍ତି ଅଭିଯୁକ୍ତ ।

୨୦୨୦ ଜୁଲାଇ୧୪୦ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ । କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ୨୦୨୦ ଡିସେମ୍ବର ୨୧ ତାରିଖରେ ଗିରଫ ହୋଇଥିଲା ଅଭିଯୁକ୍ତ ।