ପରୀ ହତ୍ୟା ମାମଲା ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ । ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକସୋ କୋର୍ଟ ।

Advertisment
ଦେଶର ଜେଲ ଗୁଡିକରେ ରହିଛି କରୋନା ଭୟ । ଉପାୟ ନବାହାରିଲେ ଜେଲରେ ତାଣ୍ଡବ ରଚିପାରେ କରୋନା ଭାଇରସ

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି । ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକସୋ କୋର୍ଟ । ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏସଆଇଟି । ମାମଲାର ଶୁଣାଣି ପକସୋ କୋର୍ଟରେ ହିଁ ଚାଲିବ । ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା ଏସଆଇଟି ।

ନୟାଗଡ ପରୀ ହତ୍ୟା ମାମଲାରେ ଗତକାଲି ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଯଦୁପୁର ଗାଁର ବୋଲି ସୂଚନା ମିଳିଛି । ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି ।

ଗତ ଦୁଇ ଦିନ ତଳେ ପରୀ ହତ୍ୟାକାରୀକୁ ଚିହ୍ନଟ କରିଥିଲା ଏସଆଇଟି । ତେବେ ଗତକାଲି ତାକୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଆହୁରି ଅଧିକ ତଦନ୍ତ ଜାରି ରଖିଛି ଏସଆଇଟି । ଆହୁରି ଅଧିକ ଲୋକଙ୍କ ସମ୍ପକ୍ତି ଥାଇପାରେ ବୋଲି ସନ୍ଦେହ କରୁଛି ଏସଆଇଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe