ନୟାଗଡର ପକ୍ସୋ କୋର୍ଟରେ ‘ପରୀ’ ଅଭିଯୁକ୍ତ ସରୋଜ ହାଜର: ନାବାଳକ ଦର୍ଶାଇ କୋର୍ଟରେ ଆବଦେନ କରିଥିଲେ ପରିବାର ଲୋକ

ନୟାଗଡର ପକ୍ସୋ କୋର୍ଟରେ ‘ପରୀ’ ଅଭିଯୁକ୍ତ ସରୋଜ ହାଜର: ନାବାଳକ ଦର୍ଶାଇ କୋର୍ଟରେ ଆବଦେନ କରିଥିଲେ ପରିବାର ଲୋକ

କନକ ବ୍ୟୁରୋ: ପରୀ ହତ୍ୟାକାଣ୍ଡ ମାମଲାରେ ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ ସରୋଜ ସେଠୀ । କୋର୍ଟରେ ସରୋଜର ମା ଓ ଭଉଣୀ ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତର ପରିବାର ଲୋକେ । ଶୁଣାଣୀ କରି ରାୟକୁ ସଂରକ୍ଷି ରଖିଥିଲେ କୋର୍ଟ । ଆଜି ଚୂଡାନ୍ତ ରାୟ ଶୁଣାଇ ପାରନ୍ତି କୋର୍ଟ । ସରୋଜର ନାର୍କୋ ଟେଷ୍ଟ ଉପରେ ବି ଶୂଣାଣୀ ହୋଇପାରେ । ପୂର୍ବରୁ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରାଯାଇଥିଲେ ମଧ୍ୟ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କରିଥିଲା ଏସଆଇଟି ।

ଦାଖଲ ହୋଇଥିବା ପ୍ରମାଣପତ୍ରରୁ ଜଣାପଡ଼ିଛି ଯେ, ସରୋଜ ଜନ୍ମ ୬/୨/ ୨୦୦୩। ଅର୍ଥାତ୍‌ ସରୋଜ ଏବେ ବି ନାବାଳକ । ସରୋଜକୁ ବାଲ ସୁଧାର ଗୃହକୁ ପଠାଇବା ବଦଳରେ ଏସ୍‌ଆଇଟି ଜେଲ୍‌ କିଭଳି ପଠାଇଲା ବୋଲି ତାଙ୍କ ଓକିଲଙ୍କ ଯୁକ୍ତି ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ସରୋଜକୁ ୧୮ ବର୍ଷରୁ ଅଧିକ ଦର୍ଶାଇବା ପାଇଁ ଯେଉଁ ଓସିଫିକେସନ୍‌ ଟେଷ୍ଟ କରାଯାଇଛି ତାହା ସନ୍ଦେହଜନକ। କୋର୍ଟ ବିଚାର ପାଇଁ ଏହି ପ୍ରମାଣପତ୍ରକୁ ଗ୍ରହଣ କରିଛନ୍ତି। ଏଥିସହିତ, ଆଜି ଏହାର ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି। ଶୁଣାଣି ସମୟରେ ହାଜର ହେବା ପାଇଁ ସରୋଜର ମା’ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କର ଆଜିର ଶୁଣାଣି ପରେ ଓଫିକେସନ୍‌ ପରୀକ୍ଷାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ଓଫିକେସନ୍‌ ଟେଷ୍ଟ ଆଧାରରେ ଦର୍ଶାଯାଇଥିବା ସରୋଜର ୧୮ ବର୍ଷ ବୟସକୁ କୋର୍ଟ ଗ୍ରହଣ ନକରନ୍ତି କିମ୍ବା ତା’ର ଜନ୍ମପ୍ରମାଣ ପତ୍ର ଗ୍ରହଣ କରି ନାବାଳକ ସାବ୍ୟସ୍ତ କରନ୍ତି, ତା’ହେଲେ ଏସ୍‌ଆ‌ଇଟିକୁ ବଡ଼ ଝଟ୍‌କା ଲାଗିପାରେ। ଏହି ଆଧାରରେ ସରୋଜକୁ ବାଳ ସୁଧାର ଗୃହକୁ ମଧ୍ୟ ପଠାଇ ଦିଆଯାଇପାରେ। ସରୋଜ ବିଚାରାଧୀନ କଏଦୀ ଭ‌ାବେ ଜେଲ୍‌ରେ ରହୁଥିବାରୁ, ୧୪ ଦିନ ବ୍ୟବଧାନରେ ନିୟମ ଅନୁଯାୟୀ ଆଜି ତାକୁ ପୁଣି ଅପରାହ୍ନ ପ୍ରାୟ ୪ଟାବେ‌ଳେ କୋର୍ଟରେ ହାଜର କରାଯାଇଥିଲା। ସନ୍ଧ୍ୟା ୬ଟାରେ କୋର୍ଟରୁ ପୁଣି ତାକୁ ନୟାଗଡ଼ ଖୁଣ୍ଟୁବନ୍ଧ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe