ଝିଅକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଥିବା ଶୁଣି ଭୋ ଭୋ ହୋଇ କାନ୍ଦିଲେ ପରୀର ମାଆ । ଦାବି କଲେ ସିବିଆଇ ତଦନ୍ତ ।

928

କନକ ବ୍ୟୁରୋ : କୁନି ଝିଅ ପରୀକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଥିବା ଶୁଣି ଭୋ ଭୋ ହୋଇ କାନ୍ଦିଲେ ପରୀର ମାଆ । ଏତେ ଛୋଟ ଝିଅ ସହ ଏଭଳି କାଣ୍ଡ କରିଥିବା ଅଭିଯୁକ୍ତକୁ କଡା ଦଣ୍ଡ ଦେବା ପାଇଁ ପରୀର ପରିବାର ଲୋକ ଦାବି କରିଛନ୍ତି । ଏବେ ଏସଆଇଟି ତଦନ୍ତ କରୁଥିବା ବେଳେ ପରୀର ବାପା-ମାଆ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଆଜି ପରୀ ହତ୍ୟା ମାମଲାରେ ଚାଂଚଲ୍ୟକର ଖୁଲାସା କରିଛି ଏସଆଇଟି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଛି । ହାଇକୋର୍ଟରେ କ୍ରାଇମବ୍ରାଂଚ ଏସ୍ଆଇଟି ପକ୍ଷରୁ ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟରେ ଏପରି ଖୁଲାସା ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜି ପରୀ ମୃତ୍ୟୁ ମାମଲାରେ ହାଇକୋର୍ଟରେ କ୍ରାଇମବ୍ରାଂଚ ଏସଆଇଟି ଷ୍ଟାଟସ ରିପୋର୍ଟ ଦାଖଲ କରିଛି ।

ମିଳିଥିବା ସୂଚନା ଅନୁସାରେ, ରିପୋର୍ଟରେ ପରୀକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଛି । ପରୀର ମୃତଦେହ ଉଲଗ୍ନ ଅବସ୍ଥାରେ ବସ୍ତା ଭିତରୁ ମିଳିଥିଲା । ପରୀର ପୋଷାକ ଏସଆଇଟି ଟିମ୍କୁ ମିଳିଛି । ପରୀ ପିନ୍ଧିଥିବା ଫ୍ରକ୍ରେ ସିମେନ୍ ମିଳିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ସେପଟେ ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ସେହି ଯଦୁପୁର ଗାଁର ବୋଲି ଜଣାପଡିଛି । ଆଉ କିଛି ସମୟ ପରେ ଅଭିଯୁକ୍ତକୁ ନେଇ ଏସଆଇଟି ନୂଆ ତଥ୍ୟ ହେବ ବୋଲି ସୂଚନା ମିଳିଛି ।