କନକ ବ୍ୟୁରୋ: ପରୀ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ଗୃହରେ ସ୍ପଷ୍ଟୋକ୍ତି ରଖିଲେ ମନ୍ତ୍ରୀ ବିକ୍ରମ ଆରୁଖ । ଏସଆଇଟି ତଦନ୍ତ ନେଇ ଖୁବଶୀଘ୍ର ନୋଟିସ୍ ପ୍ରକାଶ ପାଇବ । କୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଗୃହ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇବ ।
ତେବେ ପରୀ ପ୍ରସଙ୍ଗ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏସଆଇଟି ଗଠନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଆଉ ଆଜି ବିରୋଧୀ ଏନେଇ ସରକାରଙ୍କୁ ଘେରିଥିଲେ । ତେବେ ଏସଆଇଟି ତଦନ୍ତ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଦାବି କରିଥିଲେ ବିରୋଧୀ । ବିଜେପି ସଦସ୍ୟଙ୍କ ହଟ୍ଟଗୋଳ, ବ୍ୟାନର ଦେଖାଇ କରିଥିଲେ ପ୍ରତିବାଦ । ପରୀ ପ୍ରସଙ୍ଗରେ ହୋହଲ୍ଲା ପାଇଁ ଗୃହ ୩ଟା ଯାଏଁ ମୁଲତବୀ ରହିଛି ।