‘ପରୀ’ ପାଇଁ ପୁଣି ମୁଲତବୀ । ଆଜି ବି ଚାଲିପାରିଲାନି ଗୃହ । ପରୀ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ, ହଙ୍ଗାମା ପରେ ୩ଟା ଯାଏଁ ଗୃହ ମୁଲତବୀ ।

185

କନକ ବ୍ୟୁରୋ: ବିଧାନସଭାରେ ପୁଣି ‘ପରୀ’ ପ୍ରସଙ୍ଗ । ଗୃହରେ ଆଜି ବି ଉଠିଲା ପରୀ ହତ୍ୟା ପ୍ରସଙ୍ଗ । ଏସଆଇଟି ତଦନ୍ତ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଦାବି କଲେ ବିରୋଧୀ । ବିଜେପି ସଦସ୍ୟଙ୍କ ହଟ୍ଟଗୋଳ, ବ୍ୟାନର ଦେଖାଇ କଲେ ପ୍ରତିବାଦ । ପରୀ ପ୍ରସଙ୍ଗରେ ହୋହଲ୍ଲା ପାଇଁ ଗୃହ ୩ଟା ଯାଏଁ ମୁଲତବୀ ।

ତେବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବକ୍ତବ୍ୟ । ବାଚସ୍ପତି ୪ଟି ଦିଗରୁ ବିବୃତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ । ସେ କେବଳ ଗୋଟିଏର ଉତ୍ତର ଦେଇ, ଅନ୍ୟ ୩ଟିର ଦେଇନାହାନ୍ତି । ଅଭିଯୋଗ ଆସିଥିବା ମନ୍ତ୍ରୀଙ୍କ ସମ୍ପର୍କରେ ମଧ୍ୟ କିଛି କହିଲେନି । ଆମ ଦାବି ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ଓ ମନ୍ତ୍ରୀଙ୍କ ଇସ୍ତଫା । ଏସଆଇଟି ତଦନ୍ତ ନେଇ ଭିନ୍ନ ଭିନ୍ନ ଅର୍ଥ ହେଉଛି । ତେଣୁ ଏସଆଇଟି ତଦନ୍ତ ସମ୍ପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ ସରକାର ।