‘ପରୀ’ ପ୍ରସଙ୍ଗରେ ପ୍ରକାଶ ପାଇଲା ବିଜ୍ଞପ୍ତି, ଆରମ୍ଭ ହେଲା ତଦନ୍ତ ପ୍ରକ୍ରିୟା । ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ ଏସଆଇଟି ଦାୟିତ୍ୱ ।

1,054

କନକ ବ୍ୟୁରୋ: ପରୀ ପ୍ରସଙ୍ଗରେ ଆରମ୍ଭ ହେଲା ତଦନ୍ତ । ଏସଆଇଟି ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ । ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏସଆଇଟି ଟିମର ୫ ଅଧିକାରୀଙ୍କୁ ଦାୟିତ୍ୱ । ଏସଆଇଟି ମୁଖ୍ୟ ଭାବେ ଆଇପିଏସ ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ । ତଦନ୍ତ ଟିମକୁ ଲିଡ୍ କରିବେ ଅରୁଣ ବୋଥ୍ରା । ଏସଆଇଟି ଟିମରେ ଅରୁଣ ବୋଥ୍ରାଙ୍କ ସମେତ ଏସପି ଆର.କେ ଦୋରା, ଏଏସପି ଆର.ସି ଥାମ୍ବା, ଇନସପେକ୍ଟର ନରେନ୍ଦ୍ର କୁମାର ବେହେରା, ଇନସପେକ୍ଟର ମମତାରାଣୀ ପଣ୍ଡା ଟିମ ଦାୟିତ୍ୱ ନେଇଛନ୍ତି ।

ତେବେ ଆଜି ପରୀ ପାଇଁ ଗୃହରେ ହଟ୍ଟଗୋଳ ହୋଇଥିଲା । ବିଧାନସଭା ଆରମ୍ଭରୁ ହୋହଲ୍ଲା ହେବା ପରେ ଗୃହ ୩ଟା ଯାଏଁ ମୁଲତବୀ ହୋଇଥିଲା । ପୁଣି ୩ଟା ପରେ ଗୃହରେ ଅଚଳାବସ୍ଥା ଜାରି ରହିଥିଲା । ତେବେ ଇତି ମଧ୍ୟରେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ଆରମ୍ଭ ହୋଇଛି । କୋର୍ଟଙ୍କ ନିରୀକ୍ଷଣରେ ଏସଆଇଟି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅରୁଣ ବୋଥ୍ରାଙ୍କୁ ସମ୍ବେଦନଶୀଳ ପ୍ରସଙ୍ଗର ତଦନ୍ତ ଦାୟିତ୍ୱ ଦିଆଯାଇଛି ।