କନକ ବ୍ୟୁରୋ: ପରୀ ପ୍ରସଙ୍ଗରେ ପୁଣି ବିଧାନସଭାରେ ତାତି । ଗୃହରେ ହଟ୍ଟଗୋଳ କଲେ ବିରୋଧୀ । ବ୍ୟାନର ଦେଖାଇ ପ୍ରତିବାଦ କଲେ ବିଜେପି ବଧାୟକ । ବିଜେପି ସଦସ୍ୟ ଗୃହରେ କଲେ ହୋହଲ୍ଲା । ବାଚସ୍ପତିଙ୍କ ମାଇକକୁ ଟାଣି ଆଣିଲେ ମୋହନ ମାଝୀ । ଟେବୁଲ ଉପରକୁ ଚଢିଲେ, ହଟ୍ଟଗୋଳ କଲେ । ହୋହଲ୍ଲା, ହଙ୍ଗାମା ପାଇଁ ୩୦ ମିନିଟ୍ ମୁଲତବୀ ରହିଲା ଗୃହ ।
ସେପଟେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ଆରମ୍ଭ ହୋଇଛି । କୋର୍ଟ ମନିଟର ଏସଆଇଟି ତଦନ୍ତ ପ୍ରକ୍ରିୟା ଆରମ୍ଭ । କୋର୍ଟଙ୍କ ନିରୀକ୍ଷଣରେ ଏସଆଇଟି ତଦନ୍ତ ପ୍ରକ୍ରିୟା ଆରମ୍ଭ । ହାଇକୋର୍ଟ ରେଜିଷ୍ଟାରଙ୍କୁ ଚିଠି ଲେଖାଯାଇଛି । ଏ ସମ୍ପର୍କିତ ବିଜ୍ଞପ୍ତିକୁ ବିଧାନସଭାରେ ଉପସ୍ଥାପିତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/39-8.jpg)