କନକ ବ୍ୟୁରୋ: ଅନ୍ଧବିଶ୍ୱାସର ଏକ ଅଭାବନୀୟ ଘଟଣା ପୁଣି ସାମ୍ନାକୁ ଆସିଛି । ସାପକାମୁଡ଼ାରେ ଶିଶୁର ମୃତ୍ୟୁ ହେବା ପରେ କାଳେ ସେ ପୁଣି ବଞ୍ଚିିଯିବ, ଏଥିପାଇଁ ମର୍ଗରୁ ମୃତଦେହକୁ ନେଇଯାଇଛନ୍ତି ବାପାମାଆ । ଘଟଣାଟି ଏହିପରି..
ଟାଙ୍ଗରପାଲି ଥାନା ଅନ୍ତର୍ଗତ ସୋନାପର୍ବତ ଅଞ୍ଚଳରେ ଦେବରାଜ ସିଂହଙ୍କ ପରିବାର ରହନ୍ତି । ଶନିବାର ତାଙ୍କର ସାଢ଼େ ୫ ବର୍ଷର ଝିଅ ସୁହାନି ସାପ କାମୁଡ଼ାର ଶିକାର ହୋଇଥିଲେ । ଦେବରାଜଙ୍କ ପରିବାର ଝିଅକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହାପରେ ଡାକ୍ତର ଏମଏଲସି କରି ମୃତଦେହକୁ ମର୍ଗ ହାଉସରେ ରଖିବା ବ୍ୟବସ୍ଥା କରିଥିଲେ । ହେଲେ ଏହାର ପ୍ରାୟ ଦେଢ଼ ଘଣ୍ଟା ପରେ ଦେବରାଜ ଓ ତାଙ୍କ ପତ୍ନୀ ଆସି ମର୍ଗ ହାଉସର ତାଲା ଭାଙ୍ଗି ସୁହାନିଙ୍କ ଶବକୁ ଘରକୁ ନେଇଯାଇଥିଲେ । ଗୁଣିଗାରେଡି ବଳରେ ମୃତ ଝିଅ କାଳେ ବଞ୍ଚିିଯିବ ଓ ୨୧ ଦିନ ପରେ ଜୀବନ ଫେରିପାଇବ, ଏହି ଆଶାରେ ସୁହାନିଙ୍କ ବାପାମାଆ ଏପରି ପଦକ୍ଷେପ ନେଇଛନ୍ତି । ମର୍ଗ ତାଲା ଭାଙ୍ଗି ଶବ ନେଇଯିବା ଘଟଣାରେ ହସ୍ପିଟାଲ କର୍ମଚାରୀ ଦେବରାଜଙ୍କ ବାପା ମନ୍ଦରାଜଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ପୋଲିସ୍ ତାଙ୍କୁ ଧରି ଘରକୁ ନେଇଥିଲା ଓ ବୁଝାଇବାକୁ ଚେଷ୍ଟା କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/dead.jpg)