ଧନରେ ତୁ ଆମକୁ ଛାଡି କୁଆଡେ ଗଲୁରେ...? କରୋନାରେ ପୁଅ ଆଖିବୁଜିବା ପରେ ଆତ୍ମହତ୍ୟା କଲେ ବାପାମାଆ । ସ୍ନେହ ପାଇଁ ମୃତ୍ୟୁର ଫାଶରେ ଜୀବନ ଟଙ୍ଗେଇ ଦେବା ପରେ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର... ସାରା ଓଡିଶାକୁ କନ୍ଦେଇ ଦେଲା କବିସୂର୍ଯ୍ୟନଗରର କରୁଣ କାହାଣୀ...

Advertisment
ଧନରେ ତୁ ଆମକୁ ଛାଡି କୁଆଡେ ଗଲୁରେ...? କରୋନାରେ ପୁଅ ଆଖିବୁଜିବା ପରେ ଆତ୍ମହତ୍ୟା କଲେ ବାପାମାଆ । ସ୍ନେହ ପାଇଁ ମୃତ୍ୟୁର ଫାଶରେ ଜୀବନ ଟଙ୍ଗେଇ ଦେବା ପରେ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର... ସାରା ଓଡିଶାକୁ କନ୍ଦେଇ ଦେଲା କବିସୂର୍ଯ୍ୟନଗରର କରୁଣ କାହାଣୀ...

କନକ ବ୍ୟୁରୋ: କରୋନା ପୋଛିଦେଲା ପରିବାର । ଆଖିବୁଜିଲା ପୁଅ, ଆତ୍ମହତ୍ୟା କଲେ ବାପାମାଆ । ପୁଅ ପାଇଁ ଜୀବନ ହାରିଲେ ବାପା ମାଆ । କରୋନାର କାଳ ଫାଶରେ ଫସି ପୁଅ ଆଖିବୁଜିବା ପରେ ମୃତ୍ୟୁର ଦଉଡିରେ ନିଜକୁ ବାନ୍ଧି ଦେଇଥିଲେ ବାପାମାଆ । ଆଉ ବାଛି ନେଇଥିଲେ ଆତ୍ମହତ୍ୟାର ଅଫେରା ରାସ୍ତା । ବାପା ବରଗଛରେ ନିଜ ଜୀବନକୁ ଟଙ୍ଗେଇ ଦେଇଥିଲେ ଆଉ ମାଆ ଘର ଭିତରେ । ଏକୋଇର ବୋଳା ବିଶିକେଶନ ଆଖିଠୁ ଦୂରେଇଗଲା ପରେ ବାପାମାଆ ବି ଜୀବନକୁ ଦୂରେଇ ଦେଇ ପୁଅ ପଛେପଛେ ଚାଲିଯାଇଥିଲେ । ଆଉ ତାପରେ ମାଟିରେ ମିଶିଗଲା ସ୍ନେହ ମମତାର ସମ୍ପର୍କ, ନିଶ୍ଚିହ୍ନ ହୋଇଗଲା ଗୋଟେ ହସଖୁସିର ପରିବାର...

publive-image

କରୋନା କାଳରେ କବିସୂର୍ଯ୍ୟନଗରରୁ ଆସିଥିବା ଏ କରୁଣ କାହାଣୀ ସମସ୍ତଙ୍କୁ କନ୍ଦେଇ ଦେଇଛି । କରୋନା କେମିତି ଗୋଟିଏ ସୁଖି ପରିବାରକୁ ଶ୍ମଶାନ କରିଦେଇଛି ହୁଏତ ଆଖିବୁଝି ନଭାବିଲେ ଆପଣ ହୃଦୟବିଦାରକ ଘଟଣାକୁ ହୃଦୟଙ୍ଗମ କରିପାରିବେନି ।

କବିସୂର୍ଯ୍ୟନଗର ନାରାୟଣପୁର ଶାସନର ସୀମାଞ୍ଚଳ ଶତପଥୀ ସୁନାରୀଝୋଲାରେ ଶିକ୍ଷକ ଭାବେ କାର୍ଯ୍ୟକରୁଥିଲେ । କରୋନା ପାଇଁ ସେ ସଙ୍ଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଭାବେ ଦାୟିତ୍ୱରେ ଥିଲେ । ତେବେ ଗତ ୧ ତାରିଖ ଦିନ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି କରିବା ପରେ ନମୂନା ପଜିଟିଭ ଆସିଥିଲା ଏବଂ ପରେ ମୃତ୍ୟୁ ହୋଇଥିଲା । ତେବେ ୨୭ ବର୍ଷୀୟ ପୁଅର ମୃତ୍ୟୁ ଖବର ଶୁଣି ସ୍ତବ୍ଧ ହୋଇଥିଲେ ବାପାମାଆ ଆଉ ବାଛିଥିଲେ ଆତ୍ମହତ୍ୟାର ବାଟ ।

ସେପଟେ କବିସୂର୍ଯ୍ୟନଗରର ଆଉ ଏକ ଘଟଣା ଛାତିକୁ ଓଦା କରିଦେଇଛି । ପୁଅ କରୋନା ପଜିଟିଭ ଶୁଣି ବାପା ହୃଦଘାତରେ ପ୍ରାଣ ହରାଇଛନ୍ତି । ସଂକ୍ରମଣ ପାଇଁ ସବୁଠି ଏବେ ସନ୍ଦେହର ଶିକୁଳି । ଯେଉଁଠି ଯିଏ ଆକ୍ରାନ୍ତ ହେଉଛି ତାକୁ ଲୋକେ ଆଡ ଆଖିରେ ବି ଦେଖୁ ନାହାନ୍ତି । ଏପରି ସ୍ଥଳରେ ପୁଅ ଯେତେବେଳେ କରୋନା ସଂକ୍ରମିତ ହୋଇଛନ୍ତି ସେତେବେଳେ ସମାଜର ସନ୍ଦେହକୁ ଆଖି ଆଗରେ ରଖି ହୁଏତ ଏ ବାପା ଜଣଙ୍କ ହୃଦଘାତରେ ପ୍ରାଣ ହରାଇଥିବେ । ତେବେ ମୃତ୍ୟୁ ଠାରୁ ବଳିଯାଇଥିଲା ସମ୍ପର୍କୀୟଙ୍କ କୁତ୍ସିତ ମାନସିକତା । ପୁଅ ପଜିଟିଭ ପରେ ମୃତ ବାପାକୁ କେହି ଛୁଇଁନଥିଲେ । ତେବେ କବିସୂର୍ଯ୍ୟନଗରର ଏ ଦୁଇ ଦୁଇଟି ହୃଦୟଥରା ଘଟଣା ସ୍ପଷ୍ଟ ସୂଚାଉଛି କି କରୋନା ନୁହେଁ ବରଂ ମଣିଷକୁ ମାରିଦେଉଛି ମାନସିକ ଚାପ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe