୫ବର୍ଷ ପୂର୍ବେ ସହିଦ ହୋଇଥିବା ଯବାନଙ୍କ ସମାଧି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବାପା ମା’ । ଜାଣନ୍ତୁ ଏମିତି କ’ଣ ହୋଇଥିଲା ।

48

୧୬ ବର୍ଷ ଧରି ଦେଶ ପାଇଁ ସେବା କଲା ପରେ ଯବାନ ଜୋସେଫ ବିଲାସେନର ସହିଦ ହୋଇଯାଇଥିଲେ । ଜୋସେଫ ଆମେରିକା ଏୟାରଫୋର୍ସର ଜଣେ ଯବାନ ଥିଲେ । ଜୋସେଫଙ୍କୁ ସହିଦ ହେବାର ୫ ବର୍ଷ ବିତିଯାଇଛି ସ. କିନ୍ତୁ ତାଙ୍କ ବାପା ମା ସବୁବେଳେ ତାଙ୍କ ସମାଧି ପାଖକୁ ଯାଇଥାନ୍ତି । ତାଙ୍କ ପୁଅ ସହିଦ ହେବାରେ ତାଙ୍କୁ ଗର୍ବ ଥିଲା ସତ କିନ୍ତୁ ତାଙ୍କ ପୁଅ ଆଉ ଦୁନିଆରେ ନଥିବା ସତ୍ୟତାକୁ ସେ ସହି ପାରୁନଥିଲେ ।

ଥରେ ଖରାବେଳ ସମୟରେ ଯେତେବେଳେ ସେମାନେ ପୁଅର ସମାଧି ପାଖରେ ପହଞ୍ଚିଥିଲେ, ସେତେବେଳେ ସେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସେମାନେ ଦେଖିଥିଲେ ଯେ, ଖରାରେ ସବୁ ସମାଧିର ଘାସ ଶୁଖି ଯାଇଛି କିନ୍ତୁ ତାଙ୍କ ପୁଅଙ୍କ ସମାଧିର ଘାସ ସେମିତି ସବୁଜ ହୋଇରହିଛି । ଏହା ତାଙ୍କୁ ପୁରାପୁରି ଭାବେ ଆଶ୍ଚର୍ଯ୍ୟ କରିଦେଇଥିଲା । ଘଟଣା ସମ୍ପର୍କରେ ଜାଣିବା ପାଇଁ ସେ ଚର୍ଚ୍ଚ ସହ ସମ୍ପର୍କ କରିଥିଲେ ଏବଂ ଏହା ପରେ ସତ ପଦାକୁ ଆସିଥିଲା ।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କ ପୁଅର ସମାଧିର ଭଲଭାବେ ଯତ୍ନ ନେଉଥିଲା । ସେହି ୮୬ ବର୍ଷିୟ ବ୍ୟକ୍ତି ଜେକଙ୍କ ପାଇଁ ହିଁ ତାଙ୍କ ପୁଅଙ୍କ ସମାଧି ସବୁଜ ହୋଇ ରହିଥିଲା । ସେ ପ୍ରତିଦିନ ସେଠାରେ ପାଣି ଢାଳୁଥିଲେ ଏବଂ ସେହି ସ୍ଥାନକୁ ପରିଷ୍କାର ମଧ୍ୟ ରଖୁଥିଲେ । ତେବେ ଏହାର କାରଣ ଜେକଙ୍କୁ ଜୋସେଫଙ୍କ ବାପା ମା ପଚାରିଥିଲେ । ଜେକ କହିଥିଲେ ଯେ, ତାଙ୍କ ପତ୍ନୀଙ୍କର ମୃତ୍ୟୁ ୨୦୧୪ ମସିହାରେ ହୋଇଥିଲା ଯେତେବେଳେ କି ତାଙ୍କୁ ୬୫ ବର୍ଷ ହୋଇଥିଲା । ସେ ତାଙ୍କ ପତ୍ନୀଙ୍କୁ ବହୁତ ପ୍ରେମ କରୁଥିଲେ ଏବଂ ପ୍ରତିଦିନ ତାଙ୍କ ସମାଧି ପାଖକୁ ଏକ ଗୋଲାପ ଫୁଲ ନେଇ ଆସୁଥିଲେ ।

ଗୋଟିଏ ଦିନ ଯେତେବେଳେ ସେ ନିଜ ପତ୍ନୀଙ୍କ ସମାଧି ପାଖରେ ପହଞ୍ଚିଥିଲେ, ସେତେବେଳେ ନିକଟରେ ଥିବା ଆଉ ଏକ ସମାଧି ପାଖରେ ଜଣେ ମହିଳା କାନ୍ଦୁଥିବାର ଦେଖିବାକୁ ପାଇଥିଲେ । ଏବଂ ସେହି ମହିଳା ଜଣଙ୍କ ସହିଦଙ୍କ ପତ୍ନୀ ମିଶ୍ ଥିଲେ । ମିଶ କହିଥିଲେ କି ତାଙ୍କ ସ୍ୱାମୀ ୧୬ ବର୍ଷ ଧରିଦେଶ ପାଇଁ ସେବା କରିବା ପରେ ସହିଦ ହୋଇଯାଇଛନ୍ତି । ଏହାପରେ ଜେକ୍ ଭାବିଥିଲେ ଯେ, ଦେଶର ସେବା କରୁଥିବାର ଯବାନଙ୍କର ସେବା ତାଙ୍କୁ କରିବା ଆବଶ୍ୟକ । ଏବଂ ସେହି ଦିନ ଠାରୁ ସେ ଜୋସେଫଙ୍କ ସମାଧିର ମଧ୍ୟ ଯତ୍ନ ନେଉଛନ୍ତି । ଏହା ଶୁଣିବା ପରେ ଯୋଶେଫଙ୍କ ବାପା ଓ ମାଙ୍କ ଆଖିରେ ଲୁହ ଚାଲିଆସିଥିଲା ।