କନକ ବ୍ୟୁରୋ: ନାବାଳକଙ୍କୁ ମହଙ୍ଗା ପଡ଼ିଲା ସ୍କୁଟି ଚଳାଇବା । ମୋଟା ଅଙ୍କର ତଣ୍ଡ କାଟିଲେ କଟକ ପରିବହନ ବିଭାଗ । ବାରଙ୍ଗ ରୋଡ଼ରେ ନାବାଳକ ଜଣଙ୍କ ବିନା ହେଲମେଟରେ ଗାଡ଼ି ଚଳାଇବା ବେଳେ ଆରଟିଓ ହାବୁଡ଼ରେ ପଡ଼ିଥିଲେ । ନାବାଳକ ହେବା ସହ ତାଙ୍କ ପାଖରେ ହେଲମେଟ ନଥିବାରୁ ୨୬ ହଜାର ଟଙ୍କା ଜୋରିମାନା କାଟିଛନ୍ତି କଟକ ପରିବହନ ବିଭାଗ ।
ସେପଟେ ହେଲମେଟ ନଥିବାରୁ ହଜାର ଟଙ୍କା ଫାଇନ ଲଗାଇଥିବା ବେଳେ ନାବାଳକ ଥିବାରୁ ତାଙ୍କ ଉପରେ ୨୫ ହଜାର ଟଙ୍କା ତଣ୍ଡ କାଟିଥିଲା ଆରଟିଓ । ସମୁଦାୟ ୨୬ ହଜାର ଟଙ୍କାର ତଣ୍ଡ ଭରିବେ ନାବାଳକଙ୍କ ବାପା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବରୁ ମଧ୍ୟ ଏଭଳି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଥା ସାମ୍ନାକୁ ଆସିଥିଲା ଏବଂ ଅଭିଭାବକମାନେ ଏହାଦ୍ୱାରା ସଚେତନ ହେବା ପରିବର୍ତ୍ତେ ନିଜ ନାବାଳକ ପିଲାମାନଙ୍କୁ କିଭଳି ଗାଡ଼ି ଚଳାଇବାକୁ ଦେଉଛନ୍ତି ତା’ପୁଣି ବିନା ସୁରକ୍ଷା ବିନା ହେଲମେଟରେ? ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
Follow Us