ଟ୍ରକ୍ ଧକ୍କାରେ ଗୋଡ଼ ହରାଇ ଲୁହ ଝରାଉଛି ୮ ବର୍ଷର କାହ୍ନା । ଚିକିତ୍ସା ପାଇଁ ଟଙ୍କା ନାହିଁ, ଛଳ ଛଳ ଆଖିରେ ସାହାଯ୍ୟ ମାଗୁଛନ୍ତି ଦିନ ମଜୁରିଆ ବାପା ।

203

କନକ ବ୍ୟୁରୋ : ହସ୍ପିଟାଲ ବେଡରେ ଜଣେ ୮ ବର୍ଷର କୁନି ପୁଅ । ଏମିତି ଆବଶ୍ୟକ ପଡିଲା ଯେ ତାଙ୍କର ବାମ ଗୋଡଟିକୁ କାଟିବାକୁ ପଡିଲା । ଖଣ୍ଡପଡାର କାହ୍ନା ପାଖ ବଜାରକୁ ଜଳଖିଆ ଆଣିବାକୁ ଯାଇଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଟ୍ରକ, ଆଉ ବାମ ଗୋଡ ଉପରେ ଚଢିଯାଇଥିଲା । ସେଦିନର ସେଇ ଦୁର୍ଘଟଣା ଦୁଃଖକୁ ବଳିଯାଇଛି ଚିକିତ୍ସା ପାଇଁ ଅର୍ଥାଭାବ । ଛଳଛଳ ଆଖିରେ ସହାୟତା ପାଇଁ ନିବେଦନ କରିଛନ୍ତି କାହ୍ନାର ଦିନ ମଜୁରିଆ ବାପା ।

କାହ୍ନା । ବୟସ ମାତ୍ର ୮ ବର୍ଷ । କାହ୍ନାଙ୍କ ସହ ଯେଉଁ ଘଟଣା ଘଟିଛି, ତାହା ଆପଣଙ୍କ ହୃଦୟକୁ ତରଳାଇ ଦେବ । ବଜାରରୁ ଜଳଖିଆ ନେଇ ଫେରୁଥିବାବେଳେ ହଠାତ୍ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । କାହ୍ନାଙ୍କର ବାମ ଗୋଡଟି କଟା ହୋଇଯାଇଛି । ବାମ ହାତର ଅପରେସନ ହୋଇଛି, ଯଦି ଇନଫେକସନ ବଢ଼େ ତେବେ ହାତ ବି କଟାଯାଇପାରେ ।

ସବୁଠାରୁ କଷ୍ଟକର କଥା ହେଉଛି, ପୁଅର ଚିକିତ୍ସା କେମିତି କରିବେ ଜଣେ ଦିନ ମଜୁରିଆ । ଗୋଟିଏ ପଟେ ପୁଅର ଏମିତି ଅବସ୍ଥା ଆଉ ଗୋଟିଏ ପଟେ ଆର୍ଥିକ ଦୁଃସ୍ଥିତି । ରେଡକ୍ରସ ପାଣ୍ଠିରୁ କାହ୍ନାକୁ ୧୦ହଜାର ଟଙ୍କା ସାହାଯ୍ୟ ମିଳିଛି । କିନ୍ତୁ ତାଙ୍କୁ ଅତିକମରେ ୫ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ସେମାନେ ସହାୟତା ପାଇଁ ନିବେଦନ କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି କାହ୍ନାଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଇ ପାରିବେ ।

ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟ ନମ୍ବର – 197001505018
ଆଇଏଫଏସସି କୋଡ – ICIC0001970
ଫୋନ ପେ ନମ୍ବର – 9556199462