କନକ ବ୍ୟୁରୋ: ସ୍କୁଲରେ ଶିଶୁକୁ ଅସଦାଚରଣ ନେଇ ମହାରାଷ୍ଟ ବଦଲାପୁରରେ ଜୋରଦାର ବିକ୍ଷୋଭ। ରେଳ ରୋକ୍ କଲେ ଶତାଧିକ ଅଭିଭାବକ । ପୋଲିସ ଉପରକୁ ପଥର ମାଡ କଲେ ଜନତା।
ଏହି ଘଟଣାରେ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ୨ ଜଣଙ୍କୁ ନିଲମ୍ବନ ପରେ ବି ପ୍ରତିବାଦ ଥମୁନି। ଯାହାକୁ ନେଇ ମହାରାଷ୍ଟ୍ରରେ ଅସନ୍ତୋଷ ବଢିବାରେ ଲାଗିଛି। ଲୋକଙ୍କ ରେଳ ଧାରଣାରୁ ହଟିବାକୁ ନିବେଦନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ପୁଲିସ ଏହି ଘଟଣାରେ ସ୍କୁଲ ଆଟେଡାଣ୍ଟ ଅକ୍ଷୟ ସିନ୍ଦେଙ୍କୁ ଗିରଫ କରିଛି। ଗତକାଲି ଦୁଇ ୩ ଓ ୪ ବର୍ଷର ଦୁଇ ଶିଶୁଙ୍କୁ ଅକ୍ଷୟ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ପିଲାମାନେ ଏସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ବିକ୍ଷୋଭ ଜୋରଦାର ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/46-6.jpg)