କନକ ବ୍ୟୁରୋ: ସେହିପରି ଏସସିବିରୁ ଆସିଛି ଆଉ ଏକ ଘଟଣା । ଦୁର୍ଘଟଣାର ଶିକାର ୧୫ ବର୍ଷର ନାବାଳକଙ୍କୁ ପାଇଲେ ବାପା ମା’ । ନାବାଳକଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଅପରିଚିତ ତାଲିକାରେ ରଖିଥିଲେ । ଫଟୋ ଉଠାଇ ବିଭିନ୍ନ ଜରିଆରେ ତାଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରିଥିଲେ । ଦୁର୍ଘଟଣାର ୪ ଦିନ ପରେ ନାବାଳକଙ୍କ ପରିଚୟ ମିଳିଲା । ନାବାଳକ ଜଣଙ୍କ ହେଉଛନ୍ତି ନେପାଳର ୧୫ ବର୍ଷୀୟ ରମାନନ୍ଦ ପାଶୱାନି । ନାବାଳକଙ୍କ ପରିଚୟ ମିଳିବା ପରେ ତା’ ନିକଟରେ ପହଞ୍ଚିଛନ୍ତି ତାଙ୍କ ବାପା-ମା’ । ପୁଅ ରମାନନ୍ଦଙ୍କୁ ପାଖରେ ପାଇ ବାପା-ମାଆ ଖୁସିରେ ବିଭୋର ହୋଇ ପଡ଼ିଛନ୍ତି ।