କନକ ବ୍ୟୁରୋ: ରଖେ ହରି ତ ମାରେ କିଏ । ଦୁର୍ଘଟଣାରେ ଚାଲିଗଲା ବାପା-ମାଙ୍କ ଜୀବନ । କିନ୍ତୁ ୮ ବର୍ଷର ପୁଅ ମରଣ ମୁହଁରୁ ବର୍ତ୍ତିଯାଇଛି। ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନ ଅନ୍ତର୍ଗତ ରାବଣାଗୁଡାରୁ ଏଭଳି ଦୁଖଦ ଖବର ଆସିଛି।
ଶୈବପୀଠରେ ପାଣି ଢାଳି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତ ଦମ୍ପତି ସ୍ଥାନୀୟ ପରିଚିପାର ଗ୍ରାମର ଅଜିତ ମଜୁମଦାର ଓ ଦୀପିକା ମଜୁମଦାର। ଛତିଶଗଡ ସିହବା ଠାରୁ ପକ୍ଷଣି ଆଣି ହାଟଭରଣ୍ଡି ଶିବ ମନ୍ଦିରରେ ପକ୍ଷଣି ଢଳି ନିଜ ଘରକୁ ବାଇକ ଯୋଗେ ଫେରୁଥିଲେ। ଏହି ସମୟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାକୁ ନେଇ ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉତ୍ତେଜନା ଦେଖାଦେଇଛି। କୁନ୍ଦେଇ ପୋଲିସ ଘଟଣା ସ୍ଥଳରେ ପହଁଛି ସ୍ଥିତି ନିୟନ୍ତ୍ରଣ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/7-11.jpg)