ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୋଲିସ ଉଠାଇନେବା ଘଟଣା ; ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ , ସୋର ରାଧାନାଥ ବିଦ୍ୟାଳୟର ଘଟଣା

Advertisment
ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୋଲିସ ଉଠାଇନେବା ଘଟଣା ; ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ , ସୋର ରାଧାନାଥ ବିଦ୍ୟାଳୟର ଘଟଣା

କନକ ବ୍ୟୁରୋ: ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଲିସ ଉଠାଇନେବା ଘଟଣାରେ ରାସ୍ତାରୋକ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଗତକାଲି ସୋର ପୌରାଞ୍ଚଳ ରାଧାନାଥ ଉପ୍ରା ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ମା ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିଥିଲେ । ଘଟଣା ସ୍ଥଳରେ ସୋର ପୁଲିସ ପହଞ୍ଚିବା ସହିତ ଉକ୍ତ ମହିଳାଙ୍କୁ ଛାଡ଼ିଦେବାରୁ ଧାରଣାରେ ବସିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୁଲିସକୁ ବିରୋଧ କରିଥିଲେ। ଫଳରେ ପୁଲିସ ଧାରଣାରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କମିଟି ମେମ୍ବର ଓ ବିଇଓ ଅଫିସର ହେଡ କ୍ଲର୍କଙ୍କୁ ଉଠାଇ ନେଇଥିଲା । ଯାହାକୁ ବିରୋଧ କରି ଆଜି ସକାଳେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି ।

ସ୍କୁଲରୁ ଉକ୍ତ ପିଲାକୁ ଟିସି ଦିଆଯାଉ ନହେଲେ ଆମ ପିଲାଙ୍କୁ ଟିସି ଦିଆଯାଉ ଏବଂ ଆମ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଥାନା କର୍ମଚାରୀଙ୍କୁ ନିଲମ୍ବିତ କରାଯାଉ ବୋଲି ଅଭିଭାବକ ମାନେ ଦାବି କରିଛନ୍ତି। ପ୍ରଶାସନ ସେମାନଙ୍କ କଥା ନବୁଝିବା ଯାଏଁ ଧାରଣାରୁ ହଟିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ସୋର ନାଗରିକ ମଞ୍ଚ ସମେତ ଅନ୍ୟ ଲୋକମାନେ ଏହାକୁ ସମର୍ଥନ ଜଣାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe