ସାରା ଦେଶ ଆଜି ୭୦ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଆଜିର ଦିନରେ ଭାରତର ସମ୍ବିଧାନ ଲାଗୁ ହୋଇଥିଲା । ଏମଆଇ -୧୭ ହେଲିକେପ୍ଟର ଆକାଶମାର୍ଗରୁ ପୁଷ୍ପ ବର୍ଷା କରିଥିବା ବେଳେ ଦେଶର ଏକମାତ୍ର ଘୋଡାସବାରୀ ୬୧ କେବଲରୀ ତରଫରୁ ପରେଡ୍ ରେ ସଲାମୀ ଦିଆଗଲା । ମେଜର ଜେନେରାଲ୍ ରାଜପାଲ୍ ପରେଡରେ ସର୍ବପ୍ରଥମେ ସଲାମୀ ଦେଇଥିଲେ ।
ପରେଡରେ ପ୍ରଥମଥର ପାଇଁ :
୧ . ଚଳିତବର୍ଷ ପରେଡ୍ ରେ ପ୍ରଥମଥର ପାଇଁ ନେତାଜୀଙ୍କ ଫୌଜର ୪ ଜଣ ସୈନ୍ୟ ପରେଡ୍ ରେ ସାମିଲ ହୋଇଥିଲେ ।
୨ . ବାୟୁସେନାର ସୈନ୍ୟ ବିମାନ ପରେଡ୍ ରେ ବିଭିନ୍ନ ପ୍ରକାର କୌଶଳ ଦେଖାଇଥିଲେ । ଏହି ବିମାନ ବାୟୁଫ୍ୟୁଲରେ ଚାଲିଥାଏ ଏବଂ ଏହା ପ୍ରଥମଥର ପାଇଁ ହୋଇଛି ଯେଉଁଠି ବାୟୁସେନାର ବିମାନ ପରେଡ୍ ରେ ବାୟୁଫ୍ୟୁଲ ଜରିଆରେ ଉଡାଯାଏ ।
୩ . ପରେଡରେ ପ୍ରଥମଥର ପାଇଁ ଏମ୍ -୭୭୭ ଏ-୨ ଅଲଟ୍ରା ଲାଇଟ୍ ହୋବିତ୍ଜର ତୋପ ସଲାମ ଦେଇଥିଲେ ।
୪ . ପ୍ରଥମଥର ପାଇଁ ପରେଡରେ ୯୦ ବର୍ଷରୁ ଅଧିକ ବୟସ୍କ ସୈନିକ ସାମିଲ ହୋଇଥିଲେ ।
୫ . ଡିଆରଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା ବାୟୁରେ ଆକ୍ରମଣ କରୁଥିବା ମିସାଇଲ୍ ଏବଂ ଅର୍ଜୁନ୍ ମଧ୍ୟ ପ୍ରଥମଥର ସାମିଲ୍ ହୋଇଥିଲା ।
୬ . ଏହିବର୍ଷ ପରେଡରେ ନାରୀଶକ୍ତି ଆହ୍ୱାନ କରିଥିଲା । ଆସାମ ରାଇଫଲର ମେଜର ଖୁସବୁ କୁଅଁର ଏହି ପରେଡର ମଙ୍ଗ ଧରିଥିଲେ । ସେନା ମୁତାବକ ଅନ୍ୟ ବର୍ଷ ତୁଳନାରେ ଚଳିତବର୍ଷ ମହିଳା ସୈନ୍ୟଙ୍କ ସଂଖ୍ୟା ଅଧିକ ଥିଲା ।
ପରେଡ୍ ପାଇଁ ୬୦୦ ଘଣ୍ଟା ପ୍ରସ୍ତୁତି କରିଥାନ୍ତି ଯବାନ : ଭାରତୀୟ ଯବାନ ୨୬ ଜାନୁଆରୀ ପରେଡ୍ ପାଇଁ ଅଗଷ୍ଟରୁ ହିଁ ଆରମ୍ଭ କରି ଦେଇଥାନ୍ତି । ଏହି ସମୟରେ ଜଣେ ଯବାନ ୬୦୦ ଘଣ୍ଟା ଅଭ୍ୟାସ କରିଥାନ୍ତି । ଯବାନଙ୍କ ପ୍ରସ୍ତୁତି ପ୍ରଥମେ ରେଜିମେଣ୍ଟରେ ହୋଇଥାଏ । ଡିସେମ୍ବର ମାସରୁ ଯବାନ ଦିଲ୍ଲୀରେ ଅଭ୍ୟାସ କରିବା ଆରମ୍ଭ କରିଦେଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/ina_veterans_1548307819_725x725.jpg)
/kanak/media/post_attachments/wp-content/uploads/2019/01/j-2-300x202.jpg)
/kanak/media/post_attachments/wp-content/uploads/2019/01/Capture-43-300x173.jpg)
/kanak/media/post_attachments/wp-content/uploads/2019/01/republic-day-parade-2016-live-streaming-details-tv-telecast-details-timing-300x175.jpg)