ଆଜି ବାହ’ଈ ଭବନ ଠାରେ ପାଳିତ ହୋଇଯାଇଛି ବାହ’ଈ ସମ୍ପ୍ରଦାୟ ଦ୍ୱାରା ପର୍ବରାଜ ରିଜଭାନ । ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଡଃ ସୂର୍ଯ୍ୟ ପ୍ରକାଶ ଦାସ

143

ଆଜି ବାହ’ଈ ଭବନ ଠାରେ ବାହ’ଈ ସମ୍ପ୍ରଦାୟ ଦ୍ୱାରା ପର୍ବରାଜ ରିଜଭାନ ପାଳିତ ହୋଇଯାଇଅଛି, ଯାହାକି ସାରା ବିଶ୍ୱରେ ୨୦ ଏପ୍ରିଲ ୨୦୨୪ ତାରିଖ ଦିନ ପାଳିତ ହୋଇଅଛି । ଏହି କାର୍ଯ୍ୟକ୍ରମଟିର ଆରମ୍ଭରେ ବନ୍ଧୁମାନଙ୍କ ଦ୍ୱାରା ଅତି ସୁନ୍ଦର ଭକ୍ତିମୂଳକ ଗୁଡିକୁ ପ୍ରତିପାଦନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଡଃ ସୂର୍ଯ୍ୟ ପ୍ରକାଶ ଦାସ ଯିଏକି ଓଡିଶା ସରକାରଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଉପଦେଷ୍ଟା ପର୍ବରାଜ ରିଜଭାନ ସମ୍ପର୍କରେ ଏବଂ ବାହ’ଈ ସମ୍ପ୍ରଦାୟର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ । ଯେଉଁଥିଲେ ସେ ଦର୍ଶାଇଥିଲେ ଯେ ବାହ’ଈ ଧାର୍ମିକ ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ରହିଛି ବିଶ୍ୱ ଏକତା ଏବଂ ବିଜ୍ଞାନ ଓ ଧର୍ମ ମଧ୍ୟରେ ସମନ୍ୱୟତା । ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ଆଧ୍ୟାତ୍ମିକ ସଭା ଦ୍ୱାରା ଅନୁଷ୍ଠିଟ ହୋଇଥିଲା । ଯେଉଁଥିରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ କନଭେନର୍ ତଥା ସ୍ଥାନୀୟ ଆଧ୍ୟାତ୍ମିକ ସଭାର ସମ୍ପାଦିକା ଡଃ କାବ୍ୟତାରା ପାଣିଗ୍ରାହୀଙ୍କ ଦ୍ୱାରା କାର୍ଯ୍ୟକ୍ରମର ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ଶେଷରେ ଯୁବାମାନଙ୍କ ଦ୍ୱାରା ଏବଂ ସ୍ୱତନ୍ତ୍ର ରୂପେ ବ୍ଲୁସୁମ ସ୍କୁଲ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିରେ ସହରର ବିଭିନ୍ନ କ୍ଷେତ୍ରରୁ ବିଭିନ୍ନ ୱାର୍କସପ ଲାଇଫରୁ ୨୦୦ରୁ ଉଦ୍ଧ୍ୱର୍ ବନ୍ଧୁ ଅଂଶଗ୍ରହଣ କରିଥିଲେ ।