ଜୀବନ ନେଉଛି ଘାଷ ମରା ବିଷାକ୍ତ କୀଟନାଷକ ! ପାରାକ୍ୱେଟ୍ ଔଷଧକୁ ବ୍ୟାନ୍ ପାଇଁ ସରକାରଙ୍କୁ ରିମାଇଣ୍ଡର୍ ଲେଟର ଦେଲେ ବୁର୍ଲା ଡାକ୍ତର ।

419

କନକ ବ୍ୟୁରୋ : ଘାଷ ମରା ବିଷାକ୍ତ କୀଟନାଷକ ପିଇ ଆତ୍ମହତ୍ୟା କରୁଛନ୍ତି ଅଧିକାଂଶ ଲୋକ । ତେଣୁ ବିଶାକ୍ତ ପାରାକ୍ୱେଟ୍ ଔଷଧକୁ ବ୍ୟାନ୍ କରିବା ପାଇଁ ସରକାରଙ୍କୁ ରିମାଇଣ୍ଡର୍ ଲେଟର ଦେଇଛନ୍ତି ବୁର୍ଲା ମେଡିକାଲର ୬ ଜଣିଆ ଡାକ୍ତର ଦଳ । ସେମାନଙ୍କ କହିବା ଅନୁସାରେ କୀଟନାଶକ ପିଇ ବୁର୍ଲା ଡାକ୍ତରଖାନାକୁ ଆସୁଥିବା ୧୦୦ ପ୍ରତିଶତ ବ୍ୟକ୍ତିଙ୍କ ମଧ୍ୟରୁ ୯୫ ପ୍ରତିଶତ ବ୍ୟକ୍ତି ଏହି କୀଟନାଶକ ସେବନ କରୁଛନ୍ତି । ଏହା ଖୁବ୍ ଶୀଘ୍ର ବ୍ୟକ୍ତିଙ୍କ କିଡନୀ ଓ ଫୁସଫୁସକୁ ସଂକ୍ରମଣ କରୁଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି, ତେଣୁ ଏହି ଔଷଧକୁ ବ୍ୟାନ କରିବା ପାଇଁ ଦାବି ହେଉଛି ।

ଜୀବନ ନେଉଛି ଘାଷ ମରା ଔଷଧ । ବ୍ୟାନ ପାଇଁ ବୁର୍ଲା ଡାକ୍ତରଙ୍କ ପରାମର୍ଶ । ଲୋକଙ୍କ ଜୀବନ ନେଉଛି ଘାଷ ଓ ଲଟା ମରା ପାରାକ୍ୱେଟ୍ ଔଷଧ । ବୁର୍ଲା ମେଡିକାଲକୁ ଆସୁଥିବା ଶତ ପ୍ରତିଶତ ରୋଗୀଙ୍କ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ରୋଗୀ ଏହି କୀଟନାଷକ ସେବନ କରି ପ୍ରାଣ ହରାଉଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି । ଗତ ୧୦ ଦିନ ଭିତରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବୁର୍ଲା ଡାକ୍ତର କହିଛନ୍ତି । ବୁର୍ଲାର ୬ ଜଣ ଡାକ୍ତର୍ ପାରାକ୍ୱେଟ୍ କୀଟନାଷକ ଉପରେ ଅନୁସନ୍ଧାନ କରି ଏହାକୁ ବ୍ୟାନ୍ କରିବା ପାଇଁ ଦାବି କରିଛନ୍ତି ।

ଆସନ୍ତୁ ଜାଣିବା କିଭଳି କ୍ଷତି ପହଞ୍ଚାଉଛି ଏହି ଔଷଧ । 

୧. ପାରାକ୍ୱେଟ୍ କୀଟନାଷକ ସେବନର ୪୮ରୁ ୭୨ ଘଂଟା ଭିତରେ ପ୍ରାୟତଃ ରୋଗୀଙ୍କର ମୃତ୍ୟୁ ହୋଇଥାଏ ।

୨. ପାରାକ୍ୱେଟ୍ କୀଟନାଷକ ସେବନ ଦ୍ୱାରା ବ୍ୟକ୍ତିର କିଡନି ଓ ଫୁସଫୁସ୍ ସଂକ୍ରାମଣ ହୋଇଥାଏ ।

୩. କୀଟନାଷକ ସେବନ କରି ବଂଚିଯାଉଥିବା ବ୍ୟକ୍ତି ଶ୍ୱାସ ଜନିତ ସମସ୍ୟା ଭୋଗିଥାନ୍ତି ।

ପାରାକ୍ୱେଟ୍ କୀଟନାଷକକୁ ବ୍ୟାନ୍ କରିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ବୁର୍ଲା ମେଡିକାଲ୍ କର୍ତୃପକ୍ଷ ରିମାଇଣ୍ଡର୍ ଲେଟର ଦେଇସାରିଛନ୍ତି । ତଥାପି କୌଣସି ପଦକ୍ଷେପ ନିଆଯାଉନଥିବାରୁ ବୁର୍ଲା ଡକ୍ତର୍ଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି । ସରକାର ଏହାର ପଦକ୍ଷେପ ନନେଲେ, ହୁଏତ ଆଗାମୀ ଦିନରେ ପୁଣି ଥରେ ବୁର୍ଲା ମେଡିକାଲରେ ଡକ୍ତର୍ ଆନ୍ଦୋଳନ ହେବାର ସମ୍ଭାବନା ରହିଛି ।