ଭାରତ ବିରୋଧୀ ଖଲିସ୍ତାନୀ ଆନ୍ଦୋଳନକୁ ବଡ଼ ଝଟକା, ଖଲିସ୍ତାନୀ କମାଣ୍ଡୋ ମୁଖ୍ୟ ପରମଜିତ ସିଂ ପଞ୍ଜୱାର ମୃତ

250

କନକ ବ୍ୟୁରୋ : ପାକିସ୍ତାନରେ ମଲା ଖଲିସ୍ତାନୀ ଆତଙ୍କବାଦୀ । ଭାରତର ମୋଷ୍ଟ ୱାଂଟେଡ଼ ଆତଙ୍କବାଦୀ ତଥା ଖଲିସ୍ତାନ କମାଣ୍ଡୋ ମୁଖ୍ୟ ପରମଜିତ ସିଂ ପଂଜୱାରକୁ ଗୁଳିକରି ହତ୍ୟା । ପାକିସ୍ତାନର ଲାହୋରସ୍ଥିତ ଜୋହର ଟାଉନ ଠାରେ ଦୁଇ ଅଜ୍ଞାତ ବ୍ୟକ୍ତି ପରମଜିତଙ୍କୁ ଗୁଳି କରିଛନ୍ତି । ବାଇକରେ ଆସିଥିବା ଦୁଇ ବ୍ୟକ୍ତି ସକାଳ ପାଖାପାଖି ୬ଟା ସମୟରେ ଗୁଳିକରି ପଳାଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗୁଳିକରିବା ସମୟରେ ଏହି ଖଲିସ୍ତାନୀ କମାଣ୍ଡୋଙ୍କ ପାଖରେ ତାଙ୍କର ଜଣେ ସୁରକ୍ଷାକର୍ମୀ ଥିଲେ । ପରମଜିତର ସୁରକ୍ଷାକର୍ମୀ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ଏହି ଆତଙ୍କବାଦୀ ଜଣକ ପଂଜାବରେ ଡ୍ରୋନ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର କାରବାରରେ ସାମିଲ ଥଲା । ଏହା ସହ ପାକିସ୍ତାନରେ ରହି ନିଜର ନାମ ବଦଳାଇ ସେଠାରୁ ଖଲିସ୍ତାନୀ ଆନ୍ଦୋଳନ ପାଇଁ କାମ କରୁଥଲା