କନକ ବ୍ୟୁରୋ : ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଲେଖିକା ପାରମିତା ଶତପଥୀଙ୍କୁ ଏହି ପୁରସ୍କାର ମିଳିବ । କ୍ଷୁଦ୍ର ଉପନ୍ୟାସ ସଂକଳନ ‘ପ୍ରାପ୍ତି’ ପାଇଁ ପାରମିତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯିବ ।
୧୦ଟି କ୍ଷୁଦ୍ର ଉପନ୍ୟାସକୁ ନେଇ ପାରମିତାଙ୍କ ‘ପ୍ରାପ୍ତି’ ଉପନ୍ୟାସ ବେଶ ପାଠକୀୟ ଆଦୃତି ଲାଭ କରିଛି । ଉପନ୍ୟାସ କ୍ଷେତ୍ରରେ ଦୀର୍ଘଦିନ ପରେ କୌଣସି ଓଡିଆ ଲେଖିକା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ଯାଉଛନ୍ତି । ପାରମିତା ବିଶିଷ୍ଟ କବି ଡକ୍ଟର ପ୍ରତିଭା ଶତପଥୀଙ୍କ ଝିଅ ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-21-16h07m47s896.png)