କନକ ବ୍ୟୁରୋ: ନିଲମ୍ବିତ ହେଲେ ମୁମ୍ବାଇର ପୁର୍ବତନ ପୋଲିସ କମିସମନର । ମୁ୍ମ୍ବ୍ଧାଇର ପୁର୍ବତନ ପୋଲିସ କମିସନର ପରମବୀର ସିଂ ଆଜି ଚାକିରୀରୁ ନିଳମ୍ବିତ ହୋଇଛନ୍ତି । ନିଳମ୍ବନ ନେଇ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସ ଡିଜିପି କୁ ଚିଠି ଲେଖିଥିବା ଜଣାପଡିଛି । ମହାରାଷ୍ଟ୍ର ପୁର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ବଟି ଆଦାୟର ଅଭିଯୋଗ ଆଣିଥିଲେ ପରମବୀର ସିଂ ।
ଅନିଲ ଦେଶମୁଖ ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବାକୁ ବାଧ୍ୟ କରୁଥିଲେ ବୋଲି କହିଥୁଲେ ପରମବୀର ସିଂ । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଥିଲା । ଏବଂ ଏହାପରେ ସେ ଦିର୍ଘ ଦିନ ଧରି ଗାୟବ ରହିଥିଲେ । ସେ ଦେଶ ଛାଡି ବାହାର କୁ ଚାଲିଯାଇଥିବା ମଧ୍ୟ ଚର୍ଚ୍ଚ ହେଉଥିଲା ।
ନଭେମ୍ବର ୧୭ ରେ ମୁମ୍ବାଇ ଏକ୍ସପ୍ଲାନେଡ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବାପରେ ସେ ଚଣ୍ଡିଗଡରେ ଥିବା ନେଇ ତାଙ୍କ ଓକିଲଙ୍କ ଜରିଆରେ ସୁଚନା ଦେଇଥିଲେ । ଶେଷରେ ଆଜି ତାଙ୍କୁ ମହାରାଷ୍ଟ୍ର ସରକାର ଚାକିରୀରୁ ନିଳମ୍ବିତ କରିଛନ୍ତି ।