ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ପଳାତକ ଘୋଷିତ: ଜୁହୁ ସ୍ଥିତ ଘର ବାହାରେ କୋର୍ଟଙ୍କ ନୋଟିସ୍

118

କନକ ବ୍ୟୁରୋ: ମୁମ୍ବାଇର ପୁର୍ବତନ ପୋଲିସ କମିସନର ପରମବୀରଙ୍କ ଘରେ ଲାଗିଲା ପଳାତକ ନୋଟିସ । ଗତ ଅକ୍ଟୋବର ମାସରୁ ଫେରାର ଥିଲେ ପରମବୀର ସିଂ । ମହାରାଷ୍ଟ୍ର ପୁର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ବଟି ଆଦାୟ ଅଭିଯୋଗ ଆଣିଥିଲେ ପରମବୀର ସିଂ । ଏବଂ ଏହା ପରେ ସେ ଦେଶ ଛାଡି ବାହାରକୁ ଚାଲି ଯାଇଥିବା ଚର୍ଚ୍ଚା ହେଉଥିଲା । ଏହାରି ଭତରେ ପଳାତକ ନୋଟିସ ଲାଗିବା ପରମବୀରଙ୍କ ଅଡୁଆ ବଢେଇଛି ।

ମୁ୍ମ୍ବ୍ଧାଇର ପୂର୍ବତନ ପୋଲିସ କମିଶନର ଜଣେ ପଳାତକ । ପରମବୀର ସିଂହଙ୍କ ଜୁହ ସ୍ଥିତ ବାସ ଭବନ ବାହାରେରେ କୋର୍ଟଙ୍କ ଏଭଳି ନୋଟିସ ଲାଗିଛି । ଯେଉଁଥିରେ ସେ ଜଣେ ପଳାତକ ବୋଲି ଲେଖା ଯାଇଛି । ପରମବୀର ସିଂହ ଅକ୍ଟୋବର ମାସରୁ ଫେରାର ଅଛନ୍ତି । ସେ ଭାତର ଛାଡି ବାହାର ଦେଶକୁ ପଳାଇଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ମାତ୍ର ସେ ଦେଶରେ ଥିବା ଓକିଲ ଜରିଆରେ ସୂଚନା ଦେଇଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ ଅଧିକାରୀ । ଏହାରି ଭିତରେ ତାଙ୍କ ଘର ବାହାରେ ପଳାତକ ନୋଟିସ ଲାଗିବା ପରେ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ପରମବୀରଙ୍କୁ ମହାରାଷ୍ଟ୍ର ସରକାର ଲୁଚାଇ ରଖିଥିବା ଅଭିଯୋଗ କରିଛି ବିଜେପି ।

ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ପରମବୀର ସିଂହ । ଅନିଲ ଦେଶମୁଖ ମାସକୁ ଶହେ କୋଟି ଟଙ୍କା ବଟି ଆଦାୟ କରିବାକୁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ ପରମବୀର ସିଂହ । ଏ ଘଟଣା ସାରା ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃ୍ଷ୍ଟି କରିଥିଲା । ପରେ ଅଚାନକ ଗାଏବ ହୋଇ ଯାଇଥିଲେ ପୂର୍ବତନ କମିଶନର ପରମବୀର ସିଂ ।

ସେପଟେ ପରମବୀର ସିଂ ଙ୍କ ଜରିଆରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନନିସିପି ମୁଖ୍ୟ ଶରତ ପାୱାର ବଟି ଆଦାୟ କରୁଥିଲେ ବୋଲି ଅଭିଯୋଗ କରିଥିଲା ବିଜେପି । ତେବେ ଦେଖିବାକୁ ବାକି ରହିଲା ଆଗକୁ ଏ ଘଟଣା ଆଗକୁ କେଉଁ ମୋଡ ନେଉଛି ।