ପାରା ଅଲିମ୍ପିକ୍ସରେ ଅବନୀ ଲେଖାରାଙ୍କୁ ଆଉ ଏକ ପଦକ : ୫୦ ମିଟର ରାଇଫଲରେ ଅବନୀଙ୍କୁ ବ୍ରୋଞ୍ଜ ପଦକ

173

କନକ ବ୍ୟୁରୋ : ପାରା ଅଲିମ୍ପିକ୍ସରେ ଅବନୀ ଲେଖାରାଙ୍କୁ ଆଉ ଏକ ପଦକ । ମହିଳା ବର୍ଗର ‘୫୦ ମିଟର୍‌ ରାଇଫଲ୍‌ ୩ପି ଏସ୍‌ଏଚ୍୧’ରେ ଅବନୀ ଲେଖାରା ବ୍ରୋଞ୍ଚପଦକ ହାସଲ କରିଛନ୍ତି । ପୂର୍ବରୁ ଅବନୀ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଆଉ ଆଜି ବ୍ରୋଞ୍ଚ ପଦକ ଜିତିବା ପରେ ଅବନୀ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।

ଅବନୀ ପ୍ରଥମ ମହିଳା ଖେଳାଳି ହୋଇପାରିଛନ୍ତି ଯିଏ କି ପାରାଲିମ୍ପିକ୍ସରେ ଦୁଇଟି ପଦକ ଜିତିପାରିଛନ୍ତି । ଏ ପର୍ଯ୍ୟନ୍ତ କୌଣସି ଖେଳାଳି ଗୋଟିଏ ଅଲିମ୍ପିକ୍ସରେ ମଧ୍ୟ ଦୁଇଟି ମେଡାଲ ଜିତି ନାହାନ୍ତି । ଅବନୀ ଦୁଇଟି ମେଡାଲ ଜିତିବା ପରେ ପୂରା ରାଜସ୍ଥାନରେ ଖୁସିର ମାହୋଲ । ଅବନୀଙ୍କ ପରିବାରରେ ସେଲିବ୍ରେସନ୍ ଦେଖିବାକୁ ମିଳିଛି । ଅବନୀ ସ୍ୱର୍ଣ୍ଣ ପଦକ ଜିତିବା ପରେ ରାଜସ୍ଥାନ ସରକାର ୩ କୋଟି ଟଙ୍କା ଘୋଷଣା କରିଥିଲେ । ଏହା ସହ ମହିନ୍ଦ୍ରା ପକ୍ଷରୁ ଏକ୍ସୟୁଭି କାର ଦେବା ପାଇଁ ଘୋଷଣା କରାଯାଇଥିଲା ।

ଆଉ ଅବନୀ ବ୍ରୋଞ୍ଚ ଜିତିବା ପରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି । ସୂଚନା ଥାଉ କି ମାତ୍ର ୧୧ ବର୍ଷର ହୋଇଥିଲା ବେଳେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିବା ପରେ ତାଙ୍କର ଶରୀର ଅଣ୍ଟାଠାରୁ ତଳକୁ ସଂପୂର୍ଣ୍ଣ ଅକାମି ହୋଇଗଲା । ଜୀବନ ବି ଏକପ୍ରକାର ହୁଇଲ୍ ଚେୟାରରେ ଆବଦ୍ଧ ହୋଇ ଯାଇଥିଲା । ହେଲେ ଏଥିନେଇ ହାରି ଯାଇ ନଥିଲା ସେ । ନିଜ ଅକ୍ଷମତାକୁ ଶକ୍ତି ଓ ସାମର୍ଥରେ ପରିଣତ କରି ବନ୍ଧୁକ ଚାଳନାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିଲେ ।