ପାରାଅଲିମ୍ପିକ୍ସରେ ସଫଳତା ପରେ ଅର୍ଥ ବର୍ଷା : ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିବ କେତେ ପୁରସ୍କାର ରାଶି ?

ଯୋଗେଶ କାଥୁନିଆଙ୍କୁ ୪ କୋଟି; ସ୍ୱର୍ଣ୍ଣ ବିଜୟିନୀ ଅବନୀଙ୍କୁ ମହିନ୍ଦ୍ରା ଗ୍ରୁପ ଦେବ ଏସ୍ୟୁଭି

232

କନକ ବ୍ୟୁରୋ : ପାରା ଅଲିମ୍ପିକ୍ସରେ ସଫଳତା ପରେ ଅର୍ଥ ବର୍ଷା । ସ୍ୱର୍ଣ୍ଣ ପଦକ ଜିତିଥିବା ସୁମିତ ଅନ୍ତିଲୋଙ୍କୁ ହରିୟାଣା ସାରକାରଙ୍କ ପକ୍ଷରୁ ୬ କୋଟି ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିଭଳି ଯୋଗେଶଙ୍କୁ ୪ କୋଟି ପୁରସ୍କାର ପ୍ରଦାନ କରାଯିବ । ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବାରୁ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଙ୍କର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସ୍ୱର୍ଣ୍ଣ ବିଜୟିନୀ ଅବନୀ ଲେଖରା ରାଜସ୍ଥାନ ସରକାର ୩ କୋଟି ଦେବେ । ଏହା ସହ ତାଙ୍କୁ ଏସ୍ୟୁଭି କାର ମିଳିବ । ମହିନ୍ଦ୍ରା ପକ୍ଷରୁ ଏସ୍ୟୁଭି ୭୦୦ ଦେବା ପାଇଁ ଘୋଷଣା କରାଯାଇଛି । ଦେବେନ୍ଦ୍ରଙ୍କୁ ୨ କୋଟି ଓ ସୁନ୍ଦର ସିଂହଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯିବ ।

ଗତକାଲି ପାରା ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ପାଂଚଟି ପଦକ ହାସଲ କରିଥିଲେ । ଜାଭଲିନ ଓ ସୁଟିଂରୁ ଆସିଥିଲା ଦୁଇଟି ସ୍ୱର୍ଣ୍ଣ । ଜ୍ୟାଭିଲନ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ସୁମିତ ଅଟିଂଲ । ପାରା ଅଲମ୍ପିକ୍ସ ଆଥଲେଟକ୍ସିରେ ପ୍ରଥମ ଭାରତୀୟ ଭାବେ ଜ୍ୟାଭିଲନ ଥ୍ରୋରେ ଏଫ୍୬୪ କ୍ୟାଟାଗୋରୀରେ ସୁମିତ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ରେକର୍ଡ କରିଛନ୍ତି । ସୁମିତ ପଚଂମ ପ୍ରୟାସରେ ୬୮.୫୫ ମିଟିର ଦୂରକୁ ଫିଙ୍ଗି ବିଶ୍ୱ ରେକଡ ସୃଷ୍ଟି କରିଛନ୍ତି । ପୂର୍ବରୁ ରେସଲର ଥିବା ସୁମିତ୍ ୨୦୧୫ ଏକ କାର ଦୁର୍ଘଟଣା ବାମ ଗୋଡ ହରାଇବା ପରେ ପାରା ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରିଥିଲେ ।

ମହିଳା ସୁଟର ଅବନୀ ଲେଖାରା ଓମେନ୍ ୧୦ ମିଟର ଏୟାର ରାଇଫଲର କ୍ଲାସ ଏସ୍ଏଚ୍ ୧ ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅବନୀ ମୋଟ୍ ୨୪୯.୬ ସ୍କୋର କରିଥିଲେ । ସେ ଚୀନର ଝାଂଗ କୁଇପିଙ୍ଗଙ୍କୁ ପଛରେ ପକାଇ ଦେଇଥିଲେ । ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହିପରି ଭାରତ ପାଇଁ ଦେବେନ୍ଦ୍ର ଝାଝାରିଆ, ଯୋଗେଶ କଥୁନିଆ, ଭାବୀନା ପଟେଲ, ନିଶଦ କୁମାର ରୌପ୍ୟ ପଦକ ଜିତିଥିବା ବେଳେ ସୁନ୍ଦର ସିଂ ଗୁରଜର ବ୍ରୋଞ୍ଜ ପଦକ ଜିତିଛନ୍ତିି ।

v