“ମୋ ପିଲା ଦିନର ସ୍ୱପ୍ନ ପୂରଣ ହେଲା । ଆଜି ରାତିରେ ମୁଁ ଶୋଇପାରିବିନି ।”

263

କନକ ବ୍ୟୁରୋ: “ମୋ ପିଲା ଦିନର ସ୍ୱପ୍ନ ପୂରଣ ହେଲା । ମୁଁ ଆଜି କେତେ ଖୁସି ତା’ ମୁଁ ବିଶ୍ୱାସ କରିପାରୁନି । ମୋ ପିଲାଦିନରୁ ମୁଁ ତାଙ୍କୁ ଦେଖି ହିଁ ବଡ ହେଇଛି । ତାଙ୍କଠୁ ପ୍ରେରଣା ପାଇଛି । ତାଙ୍କର ପ୍ରତିଟି କଥା ମୋ ପାଇଁ ପ୍ରେରଣାଦାୟୀ । ଆଜି ରାତିରେ ମୁଁ ଶୋଇପାରିବିନି ।”

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଭେଟିବା ପରେ ବୁଧବାର ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ କିଛି ଏହିଭଳି ଭାବଭରା ଶବ୍ଦ ଲେଖିଛନ୍ତି ପାରାଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ପ୍ରମୋଦ ଭଗତ ।  ବୁଧବାର ପାରାଲିମ୍ପିୟାନ ପ୍ରମୋଦ ଭଗତ କ୍ରିକେଟ ଜଗତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି । ଏହି ସମୟରେ ସଚିନ, ପ୍ରମୋଦଙ୍କ ସହିତ ସେଲଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଦୁଇ ଖେଳାଳି ଅଲିମ୍ପିକ୍ସ ପଦକ ସହ ମଧ୍ୟ ଫଟୋ ଉଠାଇଥିଲେ ।

ତେବେ ସଚିନଙ୍କ ସହ ଏହି ଭେଟଘାଟ ପରେ ପ୍ରମୋଦ ତାଙ୍କ ପିଲା ଦିନର ସ୍ୱପ୍ନ ପୂରଣ ହୋଇଥିବା ଲେଖିଛନ୍ତି । ପିଲାଟି ଦିନରୁ ସେ ସଚିନଙ୍କୁ ତାଙ୍କ ପ୍ରେରଣା ବୋଲି ଗ୍ରହଣ କରିଥିଲେ । ତାଙ୍କ ପ୍ରତିଟି କଥା ତାଙ୍କୁ ପ୍ରେରଣା ଦିଏ ବୋଲି ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ।  ସୂଚନାଯୋଗ୍ୟ ଯେ, ପାରାଲିମ୍ପିକ୍ସରେ ପ୍ରମୋଦ ଭଗତ ଦେଶ ପାଇଁ ସ୍ୱର୍ଣ୍ଣପଦକ ଜିତି ଦେଶକୁ ଗୌରବାନିତ୍ୱ କରିଛନ୍ତି । ଏହାପରେ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତିଟି ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ଟୋକିଓରୁ ଭାରତ ଫେରିବା ପରେ ସଚିନଙ୍କୁ ଭେଟିଛନ୍ତି ପାରାଲିମ୍ପିୟାନ ପ୍ରମୋଦ ଭଗତ ।