କନକ ବ୍ୟୁରୋ: ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ହାଇଜମ୍ପରେ ଭାରତର ପ୍ରବୀଣ କୁମାର ଜିତିଲେ ରୌପ୍ୟ ପଦକ । ଟି୬୪ ବର୍ଗରେ ୨.୦୭ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ଏହା ସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ସେହିପରି ପାରା ଅଲିମ୍ପିକ୍ସରେ କମାଲ କଲେ ଅବନୀ ଲେଖାରା । ଗୋଟିଏ ପାରା ଅଲିମ୍ପିକ୍ସରେ ଦୁଇଟି ମେଡାଲ ହାସଲ କରି ରଚିଲେ ଇତିହାସ ।
ମହିଳା ୫୦ ମିଟର ରାଇଫଲରେ ବ୍ରୋଂଜ ମେଡାଲ ଜିତିଛନ୍ତି ଅବନୀ । ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଅବନୀ । ଗୋଟିଏ ପରା ଅଲିମ୍ପିକ୍ସରେ ଦୁଇଟି ମେଡାଲ ଜିତିବାରେ ଅବନୀ ହେଉଛନ୍ତି ପ୍ରଥମ ଭାରତୀୟ । ସେପଟେ ତୀରଚାଳନାରେ ବ୍ରୋଂଜ ମେଡାଲ ଜିତିଛନ୍ତି ହରବିନ୍ଦର ସିଂହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/web-1564.jpg)