ଟୋକିଓ ପାରାଲିମ୍ପିକ୍ସ୍‌ : ପୁରୁଷ ଜାଭଲିନ ଥ୍ରୋରେ ଦେବେନ୍ଦ୍ର ଝାଝଡ଼ିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ ଗୁର୍ଜରଙ୍କୁ କାଂସ୍ୟ ପଦକ

ଟୋକିଓ ପାରାଲିମ୍ପିକ୍ସ୍‌ : ପୁରୁଷ ଜାଭଲିନ ଥ୍ରୋରେ ଦେବେନ୍ଦ୍ର ଝାଝଡ଼ିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ ଗୁର୍ଜରଙ୍କୁ କାଂସ୍ୟ ପଦକ

କନକ ବ୍ୟୁରୋ : ଟୋକିଓ ପାରାଲିମ୍ପିକ୍ସ୍‌ରେ ଭାରତକୁ ଦୁଇଟି ପଦକ ମିଳିଛି । ଆୟୋଜିତ ପୁରୁଷ ବର୍ଗର ଜାଭ୍‌ଲିନ୍‌ ଫିଙ୍ଗା ପ୍ରତିଯୋଗିତାରେ ଆଜି ଭାରତ ରୌପ୍ୟ ଏବଂ କାଂସ୍ୟ ପଦକ ଲାଭ କରିଛି । ଆଜିର ଏହି ପ୍ରତିଯୋଗିତାରେ ଭାରତର ଦେବେନ୍ଦ୍ର ଝାଝଡ଼ିଆ ‘ଏଫ୍‌୪୬ ଚୂଡ଼ାନ୍ତ ପ୍ରତିଯୋଗିତା’ରେ ୬୪.୩୫ ମିଟର୍‌ ମାର୍କ ଥ୍ରୋ କରି ରୌପ୍ୟ ପଦକ ହାସଲ କରିଥିବା ବେଳେ ସେହି ଏକା ପ୍ରତିଯୋଗିତାରେ ସୁନ୍ଦର ସିଂହ ଗୁର୍ଜର ୬୪.୦୧ ମିଟର୍‌ମାର୍କ ଥ୍ରୋ କରି କାଂସ୍ୟ ପଦକ ଲାଭ କରିଛନ୍ତି। ଦୁହିଁଙ୍କ ପଦକକୁ ମିଶାଇ ୨୦୨୦ ପାରାଲିମ୍ପିକ୍ କ୍ରୀଡ଼ାରେ ଭାରତର ପଦକସଂଖ୍ୟା ୭ରେ ପହଞ୍ଚିଛି ।

ଦୁଇଟି ପ୍ରତିଯୋଗିତାରେ ମାତ୍ର ୬୦ ମିଟର୍‌ ମାର୍କ ଥ୍ରୋ କରି ଝାଝଡ଼ିଆ ଆଜିର ପ୍ରତିଯୋଗିତା ଆରମ୍ଭ କରିଥିଲେ । କିନ୍ତୁ, ତୃତୀୟ ଥ୍ରୋ’ରେ ୬୪.୩୫ କରି ଭାରତର ପଦକ ଆଶା ଉଜ୍ଜୀବିତ କରିଥିଲେ। ପଞ୍ଚମ ଏବଂ ଷଷ୍ଠ ଥ୍ରୋ’ରେ ଭାରତୀୟ ପରା-ଆଥ୍‌ଲିଟ୍‌ ‘ଫାଉଲ୍‌ସ୍‌’ ଭାବେ ରେଜିଷ୍ଟର୍‌ ହୋଇଥିଲେ । ଏବଂ ଶେଷ ଥ୍ରୋ’ଟି ୬୧.୨୩ ମିଟର୍‌ ଭାବେ ରେଜିଷ୍ଟର୍‌ ହୋଇଥିଲା । ସୁନ୍ଦର ମଧ୍ୟ ମନ୍ଥର ଗତିରେ ଖେଳ ଆରମ୍ଭ କରିଥିଲେ, କିନ୍ତୁ ପଞ୍ଚମ ଉଦ୍ୟମରେ ସେ ୬୪ ମିଟର୍‌ ମାର୍କ ଊର୍ଦ୍ଧ୍ବକୁ ଯାଇ ମେଡାଲ୍‌ ପାଇବାକୁ ସ୍ତରକୁ ଆସିଥିଲେ । ସେହିପରି, ଫାଇନାଲ୍‌ରେ ତୃତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ଅଜିତ ସିଂହ ୮ମ ସ୍ଥାନରେ ରହି କୌଣସି ପଦକ ହାସଲ କରି ପାରିନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe