ପାରଳାଖେମୁଣ୍ଡିରେ ୩ ଦିନିଆ ସଟ୍ ଡାଉନ । ଗୁମ୍ମା ଓ ଗୋଷାଣୀ ବ୍ଲକରେ ୨୮ରୁ ୩୦ ଯାଏଁ ସଟଡାଉନ୍, ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ୪୦ଟି ମେଡିକାଲ ଟିମ୍ ।

306

କନକ ବ୍ୟୁରୋ: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର  ସଟଡାଉନ । ପାରଳାଖେମୁଣ୍ଡି ସହର ସମେତ ୨ଟି ବ୍ଲକ ଗୁମ୍ମା ଓ ଗୋଷାଣୀ ବ୍ଲକରେ ମଧ୍ୟ ୩ ଦିନିଆ  ସଟ ଡାଉନ୍ ଘୋଷଣା କରାଯାଇଛି ।କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଣ୍ଠ ପଂଚାୟତକୁ ମଧ୍ୟ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଏହା ମଧ୍ୟରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।  ଏଥିପାଇଁ ୪୦ ଜଣିଆ ଟିମ ନିୟୋଜିତ କରାଯିବ ।

ଏହି ସମୟରେ ଜରୁରୀ ସ୍ୱାସ୍ଥ୍ୟସେବା ଓ କ୍ଷୀରଯୋଗାଣ ଛଡା ଅନ୍ୟ ସମସ୍ତ ସେବା ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରୀ ଦଳକୁ ସମସ୍ତ ପ୍ରକାର ସହଯୋଗ କରିବାପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛି ଜିଲ୍ଲା ପ୍ରଶାସନ । କରୋନା ଜନିତ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।