ପଦ୍ମ ଶିବିରରେ କେ ନାରାୟାଣ ରାଓ । ସମର୍ଥକଙ୍କ ସହ ବିଜେପିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ । କହିଲେ, ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ନିଷ୍ପତି ନେଇଛି

440

କନକ ବ୍ୟୁରୋ: ବିଜେପିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟାଣ ରାଓ । ଦଳୀୟ ଟିକେଟ ନମିଳିବାରୁ ଗତକାଲି  ବିଜେଡିରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ସାମିଲ ହୋଇଛନ୍ତି କେ ନାରାୟାଣ । ଆଜି ଭୁବନେଶ୍ୱରରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ବିଜେପିର ବହୁ ବରଷ୍ଠ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟାଣ ରାଓ ଏବଂ ତାଙ୍କର ସମର୍ଥକ । ତେବେ ସେ ବିଜେପି ପକ୍ଷରୁ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ବିଜେପିରେ ସାମିଲ ହେବା ପରେ କେ ନାରାୟଣ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଟିକେଟ୍ ବଂଟନରେ ତାଙ୍କ ସହ ଅନ୍ୟାୟ କରାଯାଇଛି । ଯେଉଁ କାରଣରୁ ସେ ବିଜେଡିରୁ ଇସ୍ତଫା ଦେବା ସହ ବିଜେପିରେ ମିଶିବାକୁ ନିଷ୍ପତି ନେଇଥିବା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଏବଂ ଓଡିଶାରେ ବିଜେପିର ସରକାର ଗଢିବାର ସ୍ୱପ୍ନକୁ ସାକାର କରିବା ପାଇଁ ବିଜେପିରେ ସାମିଲ ହୋଇଥିବା ନେଇ କହିଛନ୍ତି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟାଣ ରାଓ ।