କନକ ବ୍ୟୁରୋ : ଗଜପତି ପାରଳାଖେମୁଣ୍ଡି ଗୋଷାଣୀ ବ୍ଲକ ସରଧାପୁର ଗାଁରେ ରାଜନୈତିକ ହିଂସା । ଜଣେ ସରପଂଚ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ । ସରପଂଚ ପ୍ରାର୍ଥୀ ସିଏଚ୍ ପ୍ରସାଦ ରାଓ ଗୁରୁତର ଆହତ ହୋଇଛନ୍ତି । ନିର୍ବାଚନ ପାଇଁ ପ୍ରଚାର ଶୋଭାଯାତ୍ରା ଚାଲିଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।