କନକ ବ୍ୟୁରୋ: ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଦେଢଶୁରଙ୍କୁ ଆଜୀବନ କାରାଦଣ୍ଡ । ଜଘଣ୍ୟ ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଲେ ପାରାଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ । ବଧୂହତ୍ୟା ମାମଲାରେ ମୃତା ମଧୁସ୍ମିତା ଦାଶଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ଦେଶଶୁର ଗଣେଶ ଦାଶଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏଥିସହ ୧୦ ହଜାର ଟଙ୍କା ଜରିମାନା ବି କରିଛନ୍ତି ।
ତେବେ ୨୦୧୭ ମସିହା ସେପ୍ଟେମ୍ବର ୨୪ ତାରିଖ ସନ୍ଧ୍ୟାରେ ଜଗନ୍ନାଥ ବିହାରର ଏକ ଘରେ ମଧୁସ୍ମିତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ବାପଘର ପକ୍ଷରୁ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ତେବେ ବାପଘର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ସ୍ୱାମୀ ଓ ମଧୁସ୍ମିତାଙ୍କ ଦୁଇ ଦେଢଶୁରଙ୍କୁ ଗିରଫ କରିଥିଲା । ପରେ ଜେଲରୁ ଦେଢଶୁର ଜାମିନରେ ମୁକୁଳିଥିଲେ ବି ତାଙ୍କ ସ୍ୱାମୀ ଓ ଅନ୍ୟଜଣେ ଜେଲରେ ଥିଲେ । ଆଉ ଘଟଣାର ୩ ବର୍ଷ ପରେ ଦୁହିଁଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/Comp-30-0-00-00-00_1.jpg)