କନକ ବ୍ୟୁରୋ : ସୌମ୍ୟରଂଜନ ଓ ପତ୍ନୀ ବିଦ୍ୟା ଭାରତୀଙ୍କ କଲ ଡିଟେଲ୍ସର ଯାଂଚ ଚାଲିଥିବା ପୋଲିସ କହିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଘଟଣାର ଭିଡିଓଗ୍ରାଫି କରାଯାଇଛି । ମିଳିଥିବା ଦୁଇଟି ଡାଏରୀକୁ ଫରେନସିକ ଟିମ ଦେଇଛି । ଖୁବ ଶୀଘ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

Advertisment

ପାରଳାଖମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି, ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ସହ ମହିଳା ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଯାଂଚରେ ସାମିଲ ହୋଇଥିଲେ । ଏପରିକି କ୍ୱାର୍ଟରର ବାଥରୁମରୁ ଘଟଣା ଘଟିଥିବା ସ୍ଥାନ ଯାଏଁ ବାରମ୍ବାର ଦୂରତା ମାପୁଥିବା ଦେଖାଯାଇଥିଲା । ଘର ଭିତରେ ଥିବା କିଛି ଜିନିଷ ପତ୍ରର ନମୁନା ମଧ୍ୟ ସଂଗ୍ରହ କରାଯାଇଛି । ଏପରିକି ପୋଲିସ ଓ କ୍ରାଇମବ୍ରାଂଚ ଟିମ କ୍ୱାର୍ଟରରେ ଥିବା ରୋଷେଇ ଘରେ ମଧ୍ୟ ଯାଂଚ କରିଛନ୍ତି । ଆଜି ଦିନ ପ୍ରାୟ ୧୧ଟାରୁ କ୍ରାଇମସିନରେ ପହଂଚି ଛାନଭିନ କରିଛନ୍ତି ପୋଲିସ ଓ କ୍ରାଇମବ୍ରାଂଚ ଟିମ୍ ।